ବାଂଚିପାଲିରେ ସାବିତ୍ରୀ ବାଇ ଫୁଲେଙ୍କ ୧୯୬ତମ ଜୟନ୍ତୀ ପାଲିତ
ବଲାଙ୍ଗିର, ୦୪ ଜାନୁଆରୀ(ହି.ସ.) – ଲୋଇସିଂହା ବ୍ଳକ ଅନ୍ତର୍ଗତ, ଆମ୍ବେଦକର ନଗର ବାଂଚିପାଲି ଠାରେ ଶିକ୍ଷା ଜନନୀ କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୬ତମ ଜୟନ୍ତୀ ଏମ୍‌ବିଏମ୍‌ଏମ୍ ବଲାଙ୍ଗୀର ଉପସଭାପତି ସରୋଜ କୁମାର ମେଶ୍ୱାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଶ୍ରୀମତୀ
ବାଞ୍ଚିପାଲି ରେ ସାବିତ୍ରୀ ବାଇ ଫୁଲେ ଙ୍କ୧୯୬ତମ ଜୟନ୍ତି ପାଲିତ।


ବଲାଙ୍ଗିର, ୦୪ ଜାନୁଆରୀ(ହି.ସ.) – ଲୋଇସିଂହା ବ୍ଳକ ଅନ୍ତର୍ଗତ, ଆମ୍ବେଦକର ନଗର ବାଂଚିପାଲି ଠାରେ ଶିକ୍ଷା ଜନନୀ କ୍ରାନ୍ତି ଜ୍ୟୋତି ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୬ତମ ଜୟନ୍ତୀ ଏମ୍‌ବିଏମ୍‌ଏମ୍ ବଲାଙ୍ଗୀର ଉପସଭାପତି ସରୋଜ କୁମାର ମେଶ୍ୱାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଶ୍ରୀମତୀ ଭଗବତୀ କୁମ୍ଭାର(ବରିଷ୍ଠ ସାମାଜିକ କର୍ମୀ) ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଧିମାନ ସୁନୀଲ ନନ୍ଦ ସଭା ପରିଚାଳନା କରିଥିଲେ। ଜାନୁୟାରୀ ୧ ଶୌର୍ଯ୍ୟ ଦିବସ(ଭିମା କୋରେ ଗାଁଓ ୧୮୧୮) ଏବଂ ମାତା ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମଦିନକୁ ଶିକ୍ଷକ ଦିବସ ଭାବରେ ସର୍ବଭାରତୀୟ ସ୍ତରରେ ପାଳନ କରାଯାଉଛି ବୋଲି, ସମସ୍ତ ବକ୍ତା ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ନବସେତୁ ମାସିକ ପତ୍ରିକାର ସମ୍ପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଚିତରଞ୍ଜନ ଗହିର, ସୁମନ୍ତ ମେହେର, ସୁନ୍ଦର କାଲସାଏ,ଦୌତାରୀ ନନ୍ଦ, ପ୍ରକାଶ ନନ୍ଦ,ଅଜିତ କୁମାର ନନ୍ଦ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଧିମାନ ଦୈତାରି ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande