
ଘଟ ଗାଁ ୪ ଜାନୁଆରୀ( ହିଁ ସ)
ଝାଡେଶ୍ୱର ଉଚ୍ଚ ବିଦ୍ୟାଳୟର ୨୦୦୪ ମସିହା ମ୍ୟାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ ଉତ୍ସବ ପ୍ରତ୍ୟେକ ବର୍ଷ ପରି ୨୦୨୬ ନୂତନ ବର୍ଷ ର ପ୍ରଥମ ରବିବାର ୦୪/୦୧/୨୦୨୬ ଦିନ ବାହିଆ ଡ୍ୟାମ୍ ସମ୍ମୁଖରେ ରେ ଅନୁଷ୍ଠିତ ହୋଇଯାଇଛି।
ଗତ ପାଞ୍ଚ ବର୍ଷ ଧରି ଏଇ ବନ୍ଧୁ ମିଳନ ଆୟୋଜନ ହୋଇ ଆସୁଛି। ଏହି କାର୍ଯ୍ୟକ୍ରମକୁ ଆଶିଷ ବେହେରା, ସଦାଶିବ ସାହୁ, ଭାରତ ଭୁଷଣ ନାୟକ, ମନ୍ମଥ ସାହୁ, ଭବବିଭୂତୁ ସାହୁ,ରଞ୍ଜନ ସାହୁ, ସୁମିତ୍ରା ବେହେରା, ମାନସୀ ସାହୁ, ମମତା ରାଉତ,ସୁମିତ୍ରା ସାହୁ, ଲିପା ସାହୁ, ଶ୍ରଦ୍ଧା ସାହୁ ପ୍ରମୁଖ ପରିଚାଳନା କରିଥିଲେ । ପ୍ରାରମ୍ଭରେ ସବୁ ସାଂଗ ମାନେ ହାଇସ୍କୁଲ ଜୀବନ ସଂପର୍କରେ ଏବଂ ନିଜ ଜୀବନ ଓ ପରିବାର ସଂପର୍କରେ ସମ୍ୟକ ସୁଚନା ଦେଇଥିଲେ । ଏଇ ବଂଧୁ ମିଳନ ଆମ ସମସ୍ତଙ୍କ ଜୀବନରେ ଏକ ସୁଖଦ ଅନୁଭବ ବୋଲି ଆଶିଷ ବେହେରା କହିଥିଲେ। ଏଇ ବଂଧୁ ମିଳନ ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ ପ୍ରଥମ ରବିବାର ଏହି ବନ୍ଧୁମିଳନ ସ୍ଥିରିକୃତ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ