ବିଶୋଇ ବ୍ଲକସ୍ତରୀୟ ୨୪ତମ ସତସଙ୍ଗ ଧର୍ମସଭା ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହୋତ୍ସବ
ରାଇରଙ୍ଗପୁର/ବିଶୋଇ, ୪ ଜାନୁଆରୀ (ହି.ସ.)- ବିଶୋଇ ବ୍ଲକସ୍ତରୀୟ ୨୪ତମ ସତସଙ୍ଗ ଧର୍ମସଭା ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଶୁଭ ୧୩୮ତମ ଜନ୍ମମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ଯକ୍ରମରେ ସଭାପତିତ୍ବ କରନ୍ତି ଗଣପତି ମହାନ୍ତ ( ସ.ପ୍ର۔ଋ), ମୁଖ୍ଯବକ୍ତା ଭାବେ କାନାଡାରୁ ଆଗତ ମୟୂ
ବିଶୋଇ ବ୍ଲକସ୍ତରୀୟ ୨୪ତମ ସତସଙ୍ଗ ଧର୍ମସଭା ଓ ଶ୍ରୀ ଶ୍ରୀ ଠାକୁରଙ୍କର ୧୩୮ତମ ଜନ୍ମ ମହୋତ୍ସବ


ରାଇରଙ୍ଗପୁର/ବିଶୋଇ, ୪ ଜାନୁଆରୀ (ହି.ସ.)- ବିଶୋଇ ବ୍ଲକସ୍ତରୀୟ ୨୪ତମ ସତସଙ୍ଗ ଧର୍ମସଭା ଓ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ଶୁଭ ୧୩୮ତମ ଜନ୍ମମହୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ଯକ୍ରମରେ ସଭାପତିତ୍ବ କରନ୍ତି ଗଣପତି ମହାନ୍ତ ( ସ.ପ୍ର۔ଋ), ମୁଖ୍ଯବକ୍ତା ଭାବେ କାନାଡାରୁ ଆଗତ ମୟୂରଭଞ୍ଜ ମାଟିର ଜନ୍ମିତ ଶ୍ରୀପତି ମହାନ୍ତ ଓ ସତସଙ୍ଗର ସହପ୍ରତିଋତ୍ବୀକ କ୍ଷୀରୋଦ ଚନ୍ଦ୍ର ସ୍ବାଇଁ ଓ ଅନ୍ଯମାନଙ୍କ ମଧ୍ୟରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସତସଙ୍ଗର ସହପ୍ରତିଋତ୍ବୀକ ଯଥାକ୍ରମେ ସର୍ବଶ୍ରୀ ନିଗମାନନ୍ଦ ପଟ୍ଟନାୟକ, ଗୋଲକ ବିହାରୀ ଆଚାର୍ଯ୍ୟ, ଚିତ୍ତରଂଜନ ଦାସ, ଗୋବିନ୍ଦ ଚନ୍ଦ୍ର ଗିରି, ଭିକାରି ଚରଣ ସାହୁ ପ୍ରମୁଖ ଉପସ୍ଥିତଥିଲେ I ବ୍ରାହ୍ମ ମୂହୂର୍ତ୍ତରେ ବେଦ ମାଙ୍ଗଳିକ ଓ ନହବତ୍, ଉଷାକୀର୍ତ୍ତନ, ସମବେତ ଉଷା କୀର୍ତ୍ତନ, ପ୍ରାର୍ଥନା, ସଦଗ୍ରନ୍ଥ ପାଠ ଓ ପ୍ରଣାମ ତଥା ସଙ୍ଗୀତାଞ୍ଜଳି ଅନୁଷ୍ଠିତ ହୋଇଥିଲା I ସକାଳ ଘ۔୯۔୩୦ମି۔ ସମୟରେ ବିଶୋଇ ସତସଙ୍ଗ ବିହାର ଠାରୁ ଶ୍ରୀ ଶ୍ରୀ ଠାକୁରଙ୍କ ସୁସଜ୍ଜିତ ବିଗ୍ରହ ସହ ମହାସଂକୀର୍ତ୍ତନ ଓ ନଗର ପରିକ୍ରମା କରାଯାଇଥିଲା I ପରେ ପରେ ସତସଙ୍ଗ ଓ ସଦଆଲୋଚନା ଅନୁଷ୍ଠିତ ହୁଏ I ବକ୍ତାମାନେ ଶ୍ରୀ ଶ୍ରୀ ଠାକୁରଙ୍କୁ ନେଇ ମଣିଷ ଜୀବନରେ କିପରି ବ୍ଯକ୍ତିଜୀବନ, ପାରିବାରିକ ଜୀବନ, ସମାଜ ଓ ରାଷ୍ଟ୍ର ଜୀବନରେ ସୁଧାର ଆଣିପାରିବ, ସେ ଉପରେ ବିଶେଷ ଗୁରୁତ୍ବାଆରୋପ କରିଥିଲେ I ସତସଙ୍ଗ ମାଧ୍ଯମରେ ନୂତନ ଯୁବପିଢିକୁ କିପରି ମାର୍ଜିତ କରାଯାଇପାରିବ, ସେ ଦିଗରେ ପୂଜ୍ଯ ଆଚାର୍ଯ୍ୟଦେବ ଓ ପୂଜ୍ଯ ଅବୀନ୍ ଦାଙ୍କ କଥାକୁ ଉଲ୍ଲେଖ କରିଥିଲେ I କାର୍ଯ୍ଯକ୍ରମରେ ଭଜନ ଓ କୀର୍ତ୍ତନ ପରିବେଷଣ କରିଥିଲେ ଅରୁଣ କୁମାର ଦେହୁରୀ, ଅନନ୍ତ କୁମାର ସାହୁ, ସୁବର୍ଣ୍ଣା ନାୟକ ଓ ମା ତଥା ଯୁବ ଭାଇମାନେ I ଏହି କାର୍ଯ୍ଯକ୍ରମରେ ହଜାରେରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦାନ କରିବା ସହ ଆନନ୍ଦ ବଜାର ରେ ପ୍ରସାଦ ସେବନ କରିଥିଲେ Iସୁରେନ୍ଦ୍ର ନାଏକ, ଅନ୍ତର୍ଯ୍ଯାମୀ ନାୟକ, ପରେଶ ଚନ୍ଦ୍ର ଗିରି, ଉଗ୍ରସେନ ମହାନ୍ତ, ସୁଶୀଲ କୁମାର ସେଠୀ, ବିରେନ୍ଦ୍ର ବେହେରା, ଲଛମନ ଗିରି, ପ୍ରଣବେଶ ପଟ୍ଟନାୟକ, ଗଗନଧ୍ବଜ ମହାନ୍ତ, କମଳାକାନ୍ତ ମହାନ୍ତ, ପ୍ରଫୁଲ୍ଲ ମହାନ୍ତ, ସରୋଜ କୁମାର ଗିରି, କାର୍ତ୍ତକ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ I

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande