ଭୀମସେନ ରାଉତ ମାର୍ଗ ଲୋକାର୍ପଣ ପାଇଁ ପ୍ରସ୍ତୁତି ବୈଠକ:-
ଘଟଗାଁ ତା 04ଜାନୁୟାରୀ ( ହି ସ) ସ୍ଥାନୀୟ ନୀଳ କଣ୍ଠସ୍ଵର ମନ୍ଦିର ପରିସରରେ ଅଶୋକ କୁମାର ନାଥ ଙ୍କ ଆବାହକତ୍ବ ରେ ଭୀମସେନ ରାଉତ ମେମୋରିଆଲ ଟ୍ରଷ୍ଟ, ଘଟଗାଁ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଓଡିଶା ପ୍ରଶାସନିକ ସେବା ଅବସର ପ୍ରାପ୍ତ ଅଧିକାର ଭାଗୀରଥୀ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠି
ଭୀମସେନ ରାଉତ ମାର୍ଗ ଲୋକାର୍ପଣ ପାଇଁ ପ୍ରସ୍ତୁତି ବୈଠକ:-


ଘଟଗାଁ ତା 04ଜାନୁୟାରୀ ( ହି ସ) ସ୍ଥାନୀୟ ନୀଳ କଣ୍ଠସ୍ଵର ମନ୍ଦିର ପରିସରରେ ଅଶୋକ କୁମାର ନାଥ ଙ୍କ ଆବାହକତ୍ବ ରେ ଭୀମସେନ ରାଉତ ମେମୋରିଆଲ ଟ୍ରଷ୍ଟ, ଘଟଗାଁ ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l ଓଡିଶା ପ୍ରଶାସନିକ ସେବା ଅବସର ପ୍ରାପ୍ତ ଅଧିକାର ଭାଗୀରଥୀ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆଗାମୀ 08.01 ଗୁରୁବାର ଦଶ ଘଟିକା ରେ ମାନ୍ୟବର କେନ୍ଦୁଝର ସାଂସଦ ଅନନ୍ତ ନାୟକ ଘଟଗାଁ ଅଞ୍ଚଳ ର ବିକାଶ ପୁରୁଷ ତଥା ମହାନ ସ୍ଵାଧୀନତା ସଂଗ୍ରାମୀ ସ୍ଵର୍ଗତ ଭୀମସେନ ରାଉତ ଙ୍କ ନାମରେ ତାଙ୍କ କର୍ମ ସ୍ଥାନ ଘଟଗାଁ ରୁ ଜନ୍ମ ସ୍ଥାନ ତରା ଦେଇ ଯାଇଥିବା ରାସ୍ତା କୁ ଭୀମସେନ ରାଉତ ମାର୍ଗ ନାମରେ ଲୋକାର୍ପଣ କରିବାକୁ ସଦୟ ସ୍ୱୀକୃତି ପ୍ରଦାନ କରି ଥିବାରୁ ଟ୍ରଷ୍ଟ ପକ୍ଷରୁ ଆୟୋଜିତ କାର୍ଯ୍ଯକ୍ରମ କୁ ସରସ ସୁନ୍ଦର କରିବା ପାଇଁ ଆଲୋଚନା ହୋଇଛି l କାର୍ଯ୍ୟକ୍ରମ ରେ ବ୍ଲକ ବିଭାଗୀୟ ଅଧିକାରୀ ଓ ସରପଞ୍ଚ,ସମିତି ସଭ୍ଯ ଓ ସମିତିର ଅଧ୍ୟକ୍ଷ ଯୋଗ ଦେଇ ମହାପୁରୁଷ ଙ୍କ ନାମରେ ନାମିତ ମାର୍ଗ ଲୋକାର୍ପଣ ଉତ୍ସବ ର ସାକ୍ଷୀ ରହିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି l ଉକ୍ତ କାଯ୍ୟକ୍ରମ ରେ କୁଳମଣି ମଣ୍ଡଳ, ହୃଷୀକେଶ ମହାନ୍ତ, ରମାକାନ୍ତ ପ୍ରଧାନ, ସରୋଜ କୁମାର ପଣ୍ଡା, ସୁଦର୍ଶନ ଖୁଣ୍ଟିଆ, ଅଖିଳ ରଣl,ମନୋଜ ନାଏକ, ଉଜ୍ଜ୍ବଳ ସାହୁ, ଜୟରାମ ଶତପଥୀ, ଧର୍ମେନ୍ଦ୍ର ରାଉତ, ଡମ୍ବରୁ ରାଉତ,କ୍ଷୀରୋଦ ମହାକୁଡ଼, ବଳରାମ ରାଉତ, ଶରତ ମହାନ୍ତ, ଶେଖ ଦାଉଦ, ଅନାଦି ସିଂହ, ରାମ ହେମ୍ରମ, ରଶ୍ମୀ ରାଉତ, ସନ୍ତୋଷ ବେହେରା ପ୍ରମୁଖ ଯୋଗ ଦେଇଥିଲେ l ଟ୍ରଷ୍ଟୀ ରାଧେଶ୍ଯାମ ରାଉତ ମାର୍ଗ ଲୋକାର୍ପଣ ଉତ୍ସବ ର ସଫଳତା କାମନା କରି ସହଯୋଗ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande