
ଭୁବନେଶ୍ୱର 04 ଜାନୁଆରି (ହି.ସ.)
ଭୁବନେଶ୍ୱରସ୍ଥ ଲୋୟର ପି.ଏମ୍.ଜି.ଠାରେ ଗତ ୩୧ଦିନ ହେଲା ଦୁଇ ଦଫା ସମ୍ବଳିତ ଦାବି ପୂରଣ ପାଇଁ ଧାରଣାରେ ବସିଥିବା ବ୍ରଟ୍ଓଭର ୱାର୍କଚାର୍ଜଡ୍ ଓ ରେଗୁଲାର କର୍ମଚାରୀମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ସରକାର କୌଣସି ପଦକ୍ଷେପ ନେଉନଥିବାରୁ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ବ୍ରଟ୍ଓଭର ୱାର୍କଚାର୍ଜଡ୍ ଓ ରେଗୁଲାର କର୍ମଚାରୀମାନ ମାନଙ୍କର ଦାବି (୧) ଦୀର୍ଘ ୩୦/୪୦ବର୍ଷ ଧରି କାମ କଲାପରେ ମଧ୍ୟ ସରକାର ପେନ୍ସନ୍ ଦେଉନଥିବାରୁ ତୁରନ୍ତ ପେନ୍ସନ୍ ପ୍ରଦାନ କରିବା (୨) ଗ୍ରାଚୁ୍ୟଇଟି ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ବ୍ରଟଓଭର ୱାର୍କଚାର୍ଜଡ୍ ରେଗୁଲାର କର୍ମଚାରୀମାନଙ୍କୁ ସାମିଲ୍ କରିବା । ଏଠାରେ ଉଲ୍ଲେଖନୀୟଯେ ପେନ୍ସନ୍ ଦାବିରେ ଲୋୟର ପି.ଏମ୍.ଜି. ଗାନ୍ଧୀମାର୍ଗଠାରେ ଶୀତ କାକରରେ ଦୀର୍ଘ ୩୧ ଦିନ ଧରି ଧାରଣାରେ ବସି ରହିଛନ୍ତି ପାଗୋଟି ଇଂଜିନିୟରିଂ ବିଭାଗ ଯଥା- ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ଜଳସମ୍ପଦ, ର୍ପୂ ଓ ପାୟତିରାଜ ସଂସ୍ଥାଗୁଡ଼ିକର ମେ ରାଜ୍ୟ ଇଂଜିନିୟରିଂ ୱାର୍କଚାର୍ଜଡ୍ / ନିୟମିତ / ସେବାନିବୃ କର୍ମଚାରୀ ଫୋରମ୍ ପେନ୍ସନ୍ ଯୋଗ୍ୟ ଅବହେଳିତ ଅବସର କର୍ମଚାରୀ ୩୦ରୁ ୪୦ ବର୍ଷ ଧରି ସରକାରୀ କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିବା ବେଳେ ଅବସର ପରେ ଦୟନୀୟ ଜୀବନ ଯାପନ କରୁଛନ୍ତି । ଏଚ୍.ଆର.ଏମ୍.ଏସ୍. ପୋର୍ଟାଲ୍ରେ ଏହି କର୍ମଚାରୀଙ୍କ ନାମ ଯୋଡ଼ିହୋଇଥିବାରୁ ସରକାରଙ୍କର ଘୋଷିତ କୌଣସି ସାମାଜିକ ସୁରକ୍ଷା ପାଉନାହାଁନ୍ତି । ପରିଣତ ଜୀବନରେ ବôବାର ରାହା ନ ପାଇ ରାଜରାସ୍ତା କଡ଼ରେ ଦିନରାତି ଧାରଣାରେ ବସିଛନ୍ତି । ତଳ ଶ୍ରେଣୀର କର୍ମଚାରୀ ସରକାର ତିଆରି କରୁଥିବା ନିୟମକୁ କାର୍ଯ୍ୟକାରୀ ନ କରି ଏଭଳି କର୍ମଚାରୀଙ୍କୁ ହଇରାଣ ହରକତ କରିଚାଲିଛନ୍ତି । ୱାର୍କଚାର୍ଜଡ୍ ନିୟମ ଅନୁସାରେ ୫ ବର୍ଷ ଚାକିରୀ ପୂରଣ କରିଥିବା ହେତୁ ଉଚ୍ଚ ନ୍ୟାୟାଳୟ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ୧୯୯୨ରେ ପେନ୍ସନ୍ ଦେବାପାଇଁ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ତାହାକୁ କାର୍ଯ୍ୟକାରୀ କରିବାରେ ସରକାର କାଳକ୍ଷେପଣ ନୀତି ଆପଣାଉଛନ୍ତି ଏବଂ ନିସ୍କି୍ରୟତା ଦେଖାଉଥିବା ଯୋଗୁଁ ବ୍ରଟଓଭର ୱାର୍କଚାର୍ଜଡ୍ ମାନଙ୍କୁ ଜାଣିଶୁଣି ସାମାଜିକ ସୁରକ୍ଷାରେ ଦୂରେଇ ଦେଇଛନ୍ତି । ଫୋରମ୍ର ମୁଖ୍ୟ ସଂଯୋଜକ କପିଳେଶ୍ୱର ବାରିକ, କୋର୍ଡିନେଟର ପ୍ରଶାନ୍ତ ମହାନ୍ତି, ପ୍ରସନ୍ନ ପ୍ରଧାନ, ଆଶିଷ ନନ୍ଦ, କୃଷ୍ଣଚନ୍ଦ୍ର ନାୟକ ପ୍ରମୁଖ ନେତୃମଣ୍ଡଳୀ ବ୍ରଟଓଭର ୱାର୍କଚାର୍ଜଡ୍ କର୍ମଚାରୀଙ୍କୁ ତୁରନ୍ତ ପେନସନ୍ ପ୍ରଦାନ କରିବାକୁ ସରକାରଙ୍କ ନିକଟରେ ପୁନର୍ବାର ଦାବି କରୁଛନ୍ତି ଏବଂ ଆଗାମୀ ଦିନରେ ଖୁବ୍ଶୀଘ୍ର ଯଦି ସରକାର ଦାବି ପ୍ରତି ଅଣଦେଖା କରନ୍ତି, ତେବେ ବ୍ରଟଓଭର ୱାର୍କଚାର୍ଜଡ୍ କର୍ମଚାରୀମାନେ ଓ ଅବସରପ୍ରାପ୍ତ କର୍ମଚାରୀମାନେ ସପରିବାର ରାଜରାସ୍ତାକୁ ଓହ୍ଲାଇ ଆମରଣ ଅନଶନ କରିବାକୁ ଆସନ୍ତା ୧୫ ତାରିଖରୁ ପ୍ରସ୍ତୁତ ହେଉଥିବାରୁ ସରକାର ଏମାନଙ୍କ ଦାବି ପ୍ରତି ଶୀଘ୍ର ବିଚାର କରି ନ୍ୟାୟ ପ୍ରଦାନ କରିବାକୁ ନିଷ୍ପି ନେବେ, ନଚେତ୍ ଆଗାମୀ ଦିନରେ ଅନଶନ ଯୋଗୁଁ ଯାହା ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଆବାହକ କୃଷ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା