ଦିଗପହଣ୍ଡି ସଡ଼କ ଦୁର୍ଘଟଣା: ଏମକେସିଜିରେ ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ
ଭୁବନେଶ୍ୱର, 04 ଜାନୁଆରୀ (ହି.ସ.) ଗଞ୍ଜାମ ଜିଲ୍ଲା ଚିକିଟି ଝାଟିପିଟିଆ ନିକଟରେ ଘଟିଥିବା ମିନି ବସ୍‌–ପିକଅପ୍‌ ଧକ୍କା ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ପରିବହନ ମନ୍ତ୍ରୀ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭେଟିଛନ୍ତି। ଦୁର୍ଘଟଣାରେ ଅନେକ ଆହତ ହୋଇଥିବାବେଳେ କେତେକଙ୍କ ସ୍ୱାସ୍ଥ୍ୟ
ଦିଗପହଣ୍ଡି ସଡ଼କ ଦୁର୍ଘଟଣା: ଏମକେସିଜିରେ ଆହତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ


ଭୁବନେଶ୍ୱର, 04 ଜାନୁଆରୀ (ହି.ସ.) ଗଞ୍ଜାମ ଜିଲ୍ଲା ଚିକିଟି ଝାଟିପିଟିଆ ନିକଟରେ ଘଟିଥିବା ମିନି ବସ୍‌–ପିକଅପ୍‌ ଧକ୍କା ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ପରିବହନ ମନ୍ତ୍ରୀ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଭେଟିଛନ୍ତି। ଦୁର୍ଘଟଣାରେ ଅନେକ ଆହତ ହୋଇଥିବାବେଳେ କେତେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ପରିବହନ ମନ୍ତ୍ରୀ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସକମାନଙ୍କ ସହ ଆଲୋଚନା କରି ସର୍ବୋତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅବସରରେ ରେଡ୍‌କ୍ରସ୍‌ ପାଣ୍ଠିରୁ ଗୁରୁତର ଆହତମାନଙ୍କୁ ପ୍ରତିଜଣଙ୍କୁ ୩୦ ହଜାର ଟଙ୍କା ଏବଂ ଅନ୍ୟ ଆହତମାନଙ୍କୁ ୨୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande