
କେନ୍ଦ୍ରାପଡା, ୪ ଜାନୁଆରୀ (ହି.ସ.)- କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟ ପରିସରରେ ମହାତ୍ମା ଲୁଇସ୍ ବ୍ରେଲିଙ୍କର ୨୧୭ ତମ ଜୟନ୍ତୀ ଓ ବିଶ୍ୱ ବ୍ରେଲି ଦିବସ ପାଳନ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା, ମୁଖ୍ୟ ବକ୍ତା ଭାବେ ଆଲାସ୍କା ବିଶ୍ଵ ବିଦ୍ୟାଳୟର ପ୍ରାଧ୍ୟାପକ ଡଃ. ଦେବେନ୍ଦ୍ର କିଶୋର ଦାସ, ସମ୍ମାନୀତ ଅତିଥି ଭାବେ କେନ୍ଦ୍ରାପଡ଼ା ଓଡିଆ ଭାଷା ସାହିତ୍ୟର ବିଭାଗ ଅଧ୍ୟାପିକା ସସ୍ମିତା ଅଧିକାରୀ, ବିଶିଷ୍ଟ ସମାଜସେବୀ ତଥା ଟିଭିଏସ ସୋ ରୁମ୍ ର ମୂଖ୍ୟ ସମୀର ଚାନ୍ଦ, ବିଶିଷ୍ଟ ସମାଜସେବୀ କ୍ଷୀରୋଦ କୁମାର କର, କେନ୍ଦ୍ରାପଡ଼ା ପୌର କର୍ମଚାରୀ କବି ଅଶୋକ କୁମାର ସାହୁ , ଭୁବନ ମୋହନ ଦାସ ଯୋଗ ଦେଇ ମହାତ୍ମା ଲୁଇସ୍ ବ୍ରେଲିଙ୍କ ଜୀବନୀ, ବ୍ରେଲି ଲିପିର ଆବଶ୍ୟକତା ଓ ପରିବର୍ଦ୍ଧିତ ବିକାଶ ସମ୍ପର୍କରେ ଆଲୋଚନା କରିବା ସହ ଏହା ଦୃଷ୍ଟି ବାଧିତ ମାନଙ୍କ ପାଇଁ ଏକ ବରଦାନ ସଦୃଶ ବୋଲି କହିଥିଲେ। ବିଦ୍ୟାଳୟ ତଥା ପିଲାମାନଙ୍କ ବିକାଶରେ ଅଧିକରୁ ଅଧିକ ସମସ୍ତେ କ୍ରିୟାଶୀଳ ହେବାକୁ ପରାମର୍ଶ ଦେଇଥିଲେ। ପ୍ରଧାନଶିକ୍ଷକ ସ୍ଵପ୍ନ।ଶୁ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସହକାରୀ ଶିକ୍ଷକ ବଟକୃଷ୍ଣ ବାରିକ୍ ସ୍ବାଗତ ଭାଷଣ, ଅରୁଣ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ। ପିଲାମାନେ ଆବାହନୀ ସଙ୍ଗୀତ ଗାନ କରିଥିଲେ। ଅତିଥି ମାନେ କୃତୀ ପ୍ରତିଯୋଗୀ ମ।ନଙ୍କୁ ପୁରସ୍କାର, ରାଜ୍ୟସ୍ତରୀୟ ପୁରସ୍କାର ପ୍ରାପ୍ତ ତିନି ଜଣ ମହିମା ସାହୁ, ଅମିତ୍ ଜେନା, ଆୟୁଷ ରାୟ, ଓ ଗାଇଡ ଶିକ୍ଷକ ଭରତ କୁମାର ସାହୁ, ମନୋଜ କୁମାର ବେହେରାଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଅତିଥି ମାନେ ସମସ୍ତ ପିଲାମାନଙ୍କୁ ସ୍କୁଲ ଡ୍ରେସ,ଜୋତା, ସ୍ଵିଟର ଆଦି ବଣ୍ଟନ କରିଥିଲେ।
ସହକାରୀ ଶିକ୍ଷୟତ୍ରୀ ସୋନାଲିକ। ସ୍ବାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ। ମହେନ୍ଦ୍ର ପ୍ରସାଦ ସିଂ, ମନୋଜ କୁମାର୍ ବେହେରା, ମାନିନୀ ବେହେରା, ବିକାଶ ଦାସ, ଗୀତା ଦାସ, ଅଲେଖ ଜେନା ପ୍ରମୁଖ ସହଯୋଗ କରିଥିଲେ। ପରେ ପରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ରବି