
ନୂଆପଡ଼ା,୪ ଜାନୁଆରୀ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଚିନ୍ଦାଗୁଡା ବୈଦେହୀ ସାଗର ଖେଳ ପଡିଆ ଠାରେ ଦଶମ ତମ ଭଗବାନ ଦୁରିଆ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଆଜି ଉଦଯାପିତ ହୋଇଯାଇଛି କ୍ଷ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ୱର୍ଗତ ଭଗବାନ ଦୁରିଆଙ୍କ ନାତି କ୍ଷେତ୍ର ମୋହନ ଦୁରିଆଙ୍କ ପ୍ରଚେଷ୍ଟା ଓ ଶିବ ଶକ୍ତି କ୍ରିକେଟ କ୍ଲବ ଚିନ୍ଦାଗୁଡାର ଯୁବକମାନଙ୍କ ଦ୍ୱାରା ଆୟୋଜିତ ଏହି ଟୁର୍ଣ୍ଣାମେଂଟ ଗତ ଡିସେମ୍ବର ୨୬ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏଥିରେ ୨୬ ଗୋଟି ଦଳ ଭାଗ ନେଇଥିଲେ କ୍ଷ ଆଜି ଫାଇନାଳ ଖେଳ ନେହେନା ଓ ବିଜେପୁର ମଧ୍ୟରେ ଅନୁଷ୍ଠିତ ହୋଇଥିବାବେଳେ ନେହେନା ଦଳ ପ୍ରଥମ ବ୍ୟାଟିଙ୍ଗ କରି ବିଜେପୁର ଘାତକ ବୋଲିଂ ଆଗରେ ମାତ୍ର ୫୮ ରନ କରିବାରେ ସକ୍ଷ୍ୟମ ହୋଇଥିଲା କ୍ଷ ବିଜେପୁର ଦଳ ୫୮ ରନ ର ପିଛା କରି ମାତ୍ର ଛଅ ଓଭର ମଧ୍ୟରେ ଆବଶ୍ୟକ ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା। ଏହି ଫାଇନାଳ ଖେଳକୁ ପ୍ରସିଦ୍ଧ ଡ୍ୟାନସିଂ ଆମ୍ପୟାର ବସନ୍ତ ଶବର ଓ ବିରେଶ୍ୱର ବିଶି ପରିଚାଳନା କରିଥିବାବେଳେ ମ୍ୟାଚ ରିଫେରି ଭାବରେ ଦୁଲ୍ଳଭଚନ୍ଦ୍ର ମାଝୀ ଦାଇତ୍ୱ ତୁଳାଇଥିଲେ। ସେହିଭଲି ସ୍କୋରର ଭାବରେ ଭାରତ ଭୂଷଣ ମାଝୀ ଓ ଭାଷ୍ୟକାର ଭାବରେ ସାରାନ୍ସ ଦୁରିଆ ଓ ଶିବଦତ କୁମାର ଦାଇତ୍ୱ ତୁଳାଇଥିଲେ। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଅବସରରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଫିସର ବୁଟୁଲୁ ମାଝୀ, ସାମ୍ୱାଦିକ କୁନୁ କରୁଆଁ, ଶିକ୍ଷକ ହେମନ୍ତ ମାଝୀ, ଅବସର ପ୍ରାପ୍ତ ଏକ୍ସ ଆର୍ମୀ ପବିତ୍ର ମାଝୀ ପ୍ରମୁଖ ଯୋଗଦେଇ ବିଜେତା ଦଳକୁ ତିରିଶ ହଜାର ଟଙ୍କା ସହ ଟ୍ରଫି ଓ ଉପ ବିଜେତା ଦଳକୁ ଅଠର ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ କ୍ଷ ପରିଶେଷରେ ଆୟୋଜକ କ୍ଷେତ୍ର ମୋହନ ଦୁରିଆଙ୍କ ଦ୍ୱାରା ଚିନ୍ଦାଗୁଡା ପଂଚାୟତର ସତାଧିକ ବୃଦ୍ଧବୃଦ୍ଧାଙ୍କୁ ଶୀତବସ୍ତ୍ର ବଂଟନ କରାଯାଇଥିଲା। ଏହି ଟୁର୍ନାମେଂଟକୁ ଶିବ ଶକ୍ତି କ୍ରିକେଟ କ୍ଲବର ହରେକୃଷ୍ଣ ବାରିକ, ଚୁମନଲାଲ ବାଗ, ଦିଗାମ୍ବର ବାଗ, ଜ୍ୟୋତି ପ୍ରକାଶ ମାଝୀ, ରୋଶନ ପ୍ରଧାନୀ କେଶରୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ