
କେନ୍ଦ୍ରାପଡା, ୪ ଜାନୁଆରୀ (ହି.ସ.)- ରାଜ୍ୟର ଅନ୍ୟତନ ପୁରାତନ ହାଇସ୍କୁଲ ଭାବେ ପରିଚିତ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୭୧ ମସିହା ମାଟ୍ରିକ ବ୍ୟାଚ୍ର ବନ୍ଧୁ ମିଳନ ପୈାରାଂଚଳ ଅନ୍ତର୍ଗତ କେମିଷ୍ଟ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁ ମିଳନରେ ପୁରାତନ ଛାତ୍ରମାନେ ଉପସ୍ଥିତ ରହି ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ଆଦାନ ପ୍ରଦାନ କରିଥିଲେ । ଏଥି ସହିତ ହାଇସ୍କୁଲ ର ଉନ୍ନତି ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଖେଲ ଚନ୍ଦ୍ର ସାମନ୍ତ, ଗୋପୀନାଥ ବାରିକ, ରାଜ ଗୋପାଳ ମହାନ୍ତି, ସୟଦ ଅଖତର ଅଲ୍ଲୀ, ଅଖିଳ ବିଶ୍ୱାଳ, ନାରାୟଣ ପ୍ରସାଦ ସ୍ୱାଇଁ, ସୁଧିନ୍ଦ୍ର ନାରାୟଣ ପତି, ଅନାଦି ଚରଣ ନାୟକ, ଭାଗିରଥୀ ମହାନ୍ତି, ଶ୍ରୀଧର ବେହେରା, କ୍ଷେତ୍ରବାସୀ ମିଶ୍ର, ଧରଣୀଧର ସ୍ୱାଇଁ, ଦେବେନ୍ଦ୍ର ପତି, ଛବି ପ୍ରସାଦ ମହାକୂଳ, ଧରଣୀଧର ପୃଷ୍ଟି ପ୍ରଦିପ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ରବି