
ଗଂଜାମ, 04 ଜାନୁଆରି (ହି.ସ.)
ଗୋପାଳପୁର ବେଳାଭୂମି ମହୋତ୍ସବ ଶେଷରେ ନିଷ୍ପତ୍ତି ହୋଇଛି ।ଆସନ୍ତା ୨୨ରୁ୨୬ ତାରିଖ ପର୍ଯ୍ୟନ୍ତ କରାଯିଵା ପାଇଁ ପରିବହନ ଵିଭାଗ ମନ୍ତ୍ରୀ ବିଭୂତି ଭୁଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲା ପାଳଭିକୀର୍ତ୍ତୀଭାସନ,ଵ୍ରହ୍ମପୁରଏସପି ସର୍ବଣାଵିଵେକ ଏମ୍, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କ ଓ ଵ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ଜିଲ୍ଲା ରଵହୁପଦସ୍ଥ ଅଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଓଡିଶା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅତିଥି ରୂପେ ନିମନ୍ତ୍ରଣ କରିବାକୁ ମଧ୍ୟ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ