ପଂଚାୟତ ସ୍ତରୀୟ ହିନ୍ଦୁ ସମ୍ମିଳନୀ
ଜୟପୁର, ୦୪ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ପଂଚାୟତରେ ବଡମଣ୍‌ତା ପଦର ଠାରେ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ପଂଚାୟତ ସ୍ତରୀୟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାର ବଢିଚାଲିଥିବା ଯୋଗୁଁ ଆଦିବାସୀ ଗ୍ରାମ ର ଲୋକମାନେ ଅର୍ଥ ଲୋଭରେ
ପଞ୍ଚାୟତ ସ୍ତରୀୟ ହିନ୍ଦୁ ସମ୍ମିଳନୀ


ଜୟପୁର, ୦୪ ଜାନୁଆରି (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ଆମ୍ବାଗୁଡା ପଂଚାୟତରେ ବଡମଣ୍‌ତା ପଦର ଠାରେ ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ପଂଚାୟତ ସ୍ତରୀୟ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦିନକୁ ଦିନ ଖ୍ରୀଷ୍ଟ ଧର୍ମର ପ୍ରଚାର ପ୍ରସାର ବଢିଚାଲିଥିବା ଯୋଗୁଁ ଆଦିବାସୀ ଗ୍ରାମ ର ଲୋକମାନେ ଅର୍ଥ ଲୋଭରେ ବଶିଭୁତ ହୋଇ ଧର୍ମ ପରିବର୍ତନ ହେବାରେ ଲାଗିଛନ୍ତି। ଯାହାକୁ ନେଇ ଚିନ୍ତାର କାରଣ ପାଲଟିଛି। ଧର୍ମ ପରିବର୍ତନ ପରେ ସେମାନେ ହଇରାଣର ଶିକାର ହେଉଛନ୍ତି। ଏହାକୁ ରୋକିବା ପାଇଁ ଆଜି ୧୨ଟି ଗ୍ରାମର ମହିଳା ପୁରୁଷ ନିଜର ଗୋଟିଏ ଦିନର କୁଲି କାମ ଛାଡି ହିନ୍ଦୁ ଧର୍ମ ସୁରକ୍ଷା ପାଇଁ ଆଗେଇ ଆସିଥିଲେ। ସେମାନେ ଆଜି ସପଥ ନେଇଥିଲେ ଧର୍ମ ପରିବର୍ତନ କରିବୁ ନାହିଁ, ଅନ୍ୟକୁ ସଚେତନ କରାଇବେ ବୋଲି କହିଥିଲେ। ହିନ୍ଦୁ ଜାଗରଣ ମଂଚ ପକ୍ଷରୁ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ଯୋଗୁଁ ଆଖପାଖ ଅଂଚଳର ଶତାଧିକ ଗ୍ରାମବାସୀ ଯୋଗ ଦେଇଥିଲେ।

ସକାଳୁ ମହିଳା ମାନେ ନିକଟସ୍ଥ ଏକ ନଦୀରୁ ପାଣି ଆଣି କଳସ ଶୋଭାଯାତ୍ରାରେ ଆମ୍ବାଗୁଡା ପଂଚାୟତ ନଗର ପରିକ୍ରମା କରିଥିଲେ। ଫୁଟବଲ ପଡିଆ ଠାରେ ହୋମଯଜ୍ଞ ହେବା ପରେ ହିନ୍ଦୁସଭାର ବୈଠକ ଆରମ୍ଭ ହୋଇଥିଲା। ହିନ୍ଦୁ ଏକତା ମଂଚର ସଭାପତି ବିଷ୍ଣୁ ପଟ୍ଟନାୟକ,ବିନୟ କୁମାର ଆଚାର୍ଯ୍ୟ, ଅଧ୍ୟାପକ ଡ.ମନୋରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ହିନ୍ଦୁ ଧର୍ମ ଓ ବୈଦିକ ରୀତି ନୀତି ଉପରେ ନିଜ ମତ ପ୍ରଦାନ କରିଥିଲେ। ପରିବାରକୁ ଏକଜୁଟ କରିବା, ହିନ୍ଦୁ ସନାତନି ଧର୍ମ ଓ ସଂସ୍କୃତିକୁ ପାଳନ କରିବା, ଜନ୍ମଦିନରେ କେକ ନ କାଟି ମାଙ୍କ ନାମରେ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଗ୍ରାମବାସୀ ମାନେ ସପଥପାଠ କରି କୌଣସି ଧର୍ମ ପରିବର୍ତନ କରୁଥିବା ବ୍ୟକ୍ତିଙ୍କୁ ପ୍ରଶୟ ଦେବେ ନାହିଁ ଏବଂ କୌଣସି ବିଦେଶୀ ଫେରିବାଲାକୁ ଆଦିବାସୀ ଅଂଚଳର ଗାଁ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande