ନବଦୋୟ ବିଦ୍ୟାଳୟରେ ୨୫ରୁ ଉର୍ଦ୍ଧ୍ବ ଛାତ୍ର ଜଣ୍ଡିସରେ ଆକ୍ରାନ୍ତ।
ଖୋର୍ଦ୍ଧା, , 04 ଜାନୁଆରି (ହି.ସ.)ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ଯାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୨୫ରୁ ଉର୍ଦ୍ଧ୍ବ ଛାତ୍ର ଜଣ୍ଡିସ (ହେପାଟାଇଟିସ-ଏ)ରେ ଆକ୍ରାନ୍ତ ହୋଇଛନ୍ତି । ରବିବାର ସେମାନଙ୍କୁ ଜିଲା ମୁଖ୍ଯ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆ
Navodoya


ଖୋର୍ଦ୍ଧା, , 04 ଜାନୁଆରି (ହି.ସ.)ଖୋର୍ଦ୍ଧା ଗୁରୁଜଙ୍ଗ ସ୍ଥିତ ଜବାହର ନବୋଦୟ ବିଦ୍ଯାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୨୫ରୁ ଉର୍ଦ୍ଧ୍ବ ଛାତ୍ର ଜଣ୍ଡିସ (ହେପାଟାଇଟିସ-ଏ)ରେ ଆକ୍ରାନ୍ତ ହୋଇଛନ୍ତି । ରବିବାର ସେମାନଙ୍କୁ ଜିଲା ମୁଖ୍ଯ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି । ସୂଚନା ଅନୁଯାୟୀ ଅକ୍ଟୋବର ମାସରୁ ପୂଜା ଛୁଟିରୁ ଫେରିବା ପରେ ଜଣେ ଛାତ୍ର ଥଣ୍ଡା ଜ୍ବରରେ ପୀଡିତ ହୋଇଥିଲେ। ତାଙ୍କ ଠାରେ ହେପାଟାଇଟିସ ଏ ଲକ୍ଷଣ ଦେଖାଯାଇଥିଲା। ପରେ ନଭେମ୍ବର ମାସରେ ୬ଜଣ, ଡିସେମ୍ବର ମାସ ରେ ୯ଜଣ ଆକ୍ରାନ୍ତ ହୋଇଥିବା ଆଜି ହଠାତ ଅପରାହ୍ନରେ ୧୦ଜଣ ଛାତ୍ର ଭୀଷଣ ଥଣ୍ଡା ଜ୍ବରରେ ପୀଡିତ ଛାତ୍ରଙ୍କୁ ମେଡିକାଲ ନିଆଯାଇଥିଲା।ଟେଷ୍ଟ ପରେ ତାଙ୍କ ଦେହରେ ହେପାଟାଇଟିସ ଏ ଅର୍ଥାତ ଜଣ୍ଡିସ ପ୍ରଥମ ଲକ୍ଷଣ ଚିହ୍ନଟ ହୋଇଥିଲା। ଖବରପାଇ ପରିବାର ଲୋକେ ପହଞ୍ଚିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଥିବା ବିଦ୍ଯାଳୟ ଉପାଧ୍ୟକ୍ଷ ଏନ ସି ଚକ୍ର ସୂଚନା ଦେଇଛନ୍ତି । ଉପାଧ୍ଯକ୍ଷଙ୍କ ସୂଚନା ମୁତାବକ ଏହି ବିଦ୍ଯାଳୟରେ ୬ଷ୍ଠ ଠାରୁ ୧୨ଶ ପର୍ଯ୍ୟନ୍ତ ୫୭୦ଛାତ୍ର ରହୁଛନ୍ତି । ଏହି ଘଟଣା ପରେ ପିଲାଙ୍କ ସ୍ବାସ୍ଥ୍ଯବସ୍ଥା ଏବଂ ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।ଆସନ୍ତାକାଲି ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ଯ ପରୀକ୍ଷା କରାଯିବ। କୌଣସି ଲକ୍ଷଣ ଦେଖାଗଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ପଠାଯିବା ବ୍ଯବସ୍ଥା କରାଯିବ । ଛାତ୍ରାବାସରେ ରହୁଥିବା ପିଲାଙ୍କ ସ୍ବଚ୍ଛତା ଉପରେ ସଚେତନ କରାଯିବ। ଖାଇବା ପୂର୍ବରୁ ହାତ ଭଲ ଭାବେ ଧୋଇବେ। ଝାଡା, ଶୌଚ ପରେ ହାତ ଗୋଡ ମୁହଁ ଭଲ ଭାବେ ଧୋଇବେ। କେବଳ ଫୁଟା ପାଣି ପିଇବେ। ଅନ୍ଯର ବୋତଲ, ଥାଳି ବ୍ଯବହାର କରିବେ ନାହିଁ ବୋଲି ବ୍ଯାପକ ସଚେତନ କରାଯିବ ବୋଲି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande