ଏମଭି ୨୬ ହିଂସାକାଣ୍ଡ : କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଥାନାରେ ଗଣ ଅଭିଯୋଗ
ମାଲକାନଗିରି, ୪ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲାରେ ଗତ ମାସ ୭ ଓ ୮ ତାରିଖରେ ଏମଭି ୨୬ ଗ୍ରାମରେ ହୋଇଥିବା ହିଂସାକାଣ୍ଡକୁ ନେଇ ଆଜି ଏମଭି–୨୬ ଗ୍ରାମର ପ୍ରାୟ ୨୦୮ଟି ପରିବାର କୋରୁକୋଣ୍ଡା ଥାନାରେ ପହଞ୍ଚି ନିଜନିଜ କ୍ଷୟକ୍ଷତି ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁଯ
ଏମଭି ୨୬ଗ୍ରାମରେ ହୋଇଥିବା ହିଂସାକାଣ୍ଡରେ କ୍ଷତି ଗ୍ରସ୍ତ ପରିବାର ପକ୍ଷରୁ


ମାଲକାନଗିରି, ୪ ଜାନୁଆରୀ (ହି.ସ.)- ମାଲକାନଗିରି ଜିଲ୍ଲାରେ ଗତ ମାସ ୭ ଓ ୮ ତାରିଖରେ ଏମଭି ୨୬ ଗ୍ରାମରେ ହୋଇଥିବା ହିଂସାକାଣ୍ଡକୁ ନେଇ ଆଜି ଏମଭି–୨୬ ଗ୍ରାମର ପ୍ରାୟ ୨୦୮ଟି ପରିବାର କୋରୁକୋଣ୍ଡା ଥାନାରେ ପହଞ୍ଚି ନିଜନିଜ କ୍ଷୟକ୍ଷତି ସମ୍ପର୍କରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ଘଟଣାରେ ଗ୍ରାମବାସୀଙ୍କ ଘରୋଇ ସାମଗ୍ରୀ, ଧନ–ସମ୍ପତି ସହିତ ମୂଲ୍ୟବାନ ଦସ୍ତାବିଜ ମଧ୍ୟ ପୋଡ଼ି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମର ପ୍ରାୟ ୨୦୮ଟି ପରିବାରର ମହିଳା ଓ ପୁରୁଷ ଥାନାରେ ଉପସ୍ଥିତ ହୋଇ ଗଣଅଭିଯୋଗ ଦାଖଲ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସରକାରଙ୍କ ପକ୍ଷରୁ ଘୋଷିତ ସହାୟତା ରାଶି କ୍ଷୟକ୍ଷତିର ତୁଳନାରେ ଅତ୍ୟନ୍ତ କମ ଥିବାରୁ ଏହି ରାଶିରେ ଗୋଟିଏ ଘର ପୁନଃନିର୍ମାଣ କରିବା କଷ୍ଟସାଧ୍ୟ ହେଉଛି।

ଏଣୁ ଗ୍ରାମବାସୀମାନେ ସରକାରଙ୍କୁ ପୁନର୍ବାର ସଠିକ ଭାବେ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ସହ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ଏ ସମ୍ପର୍କରେ କୋରୁକୋଣ୍ଡା ଥାନା ଅଧିକାରୀ ଆର୍. ବିଜୟ କୁମାର ସମସ୍ତ ୨୦୮ଟି ଗଣଅଭିଯୋଗ ଗ୍ରହଣ କରିଥିବା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ପୋଡ଼ା–ଜଳା ଘଟଣାକୁ ନେଇ ପୂର୍ବରୁ କୋରୁକୋଣ୍ଡା ଥାନାରେ ୨୦୦/୨୫ ଓ ୨୦୧/୨୫ ନମ୍ବରରେ ମାମଲା ରୁଜୁ ହୋଇଛି ଏବଂ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଦାଖଲ ହୋଇଥିବା ସମସ୍ତ ଗଣଅଭିଯୋଗକୁ ସେହି ପୂର୍ବ ମାମଲା ସହ ସଂଲଗ୍ନ କରାଯିବ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande