କେଶବ ପ୍ରଭାତ ଶାଖାର ମକର ମିଳନ ଓ ଶୀତ ଶିବର
ଜୟପୁର, ୦୪ ଜାନୁଆରି (ହି.ସ.) - ଜୟପୁର ସହରର ସର୍ବ ପୁରାତନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କେଶବ ଶାଖାର ଶତାବ୍ଦୀ ବର୍ଷ ଅବସରରେ ସ୍ଥାନୀୟ ବାଲିଆ ଗ୍ରାମପଂଚାୟତ ର ବାତ୍ୟା ଆଶ୍ରୟସ୍ଥଳରେ କେଶବ ପ୍ରଭାଗ ଶାଖାର ମକର ମିଳନ ଓ ଶୀତ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୮୦ରୁ ଉର୍ଦ୍ଧ ସ୍ୱୟଂସେବକ ମା
କେଶବ ପ୍ରଭାତ ଶାଖାର ମକର ମିଳନ ଓ ଶୀତ ଶିବର


ଜୟପୁର, ୦୪ ଜାନୁଆରି (ହି.ସ.) - ଜୟପୁର ସହରର ସର୍ବ ପୁରାତନ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କେଶବ ଶାଖାର ଶତାବ୍ଦୀ ବର୍ଷ ଅବସରରେ ସ୍ଥାନୀୟ ବାଲିଆ ଗ୍ରାମପଂଚାୟତ ର ବାତ୍ୟା ଆଶ୍ରୟସ୍ଥଳରେ କେଶବ ପ୍ରଭାଗ ଶାଖାର ମକର ମିଳନ ଓ ଶୀତ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୮୦ରୁ ଉର୍ଦ୍ଧ ସ୍ୱୟଂସେବକ ମାନେ ରାତ୍ରୀ ଯାପନ କରିବା ପରେ ଆଜି ଅପରାହ୍ନରେ ଶିବିର ସମାପ୍ତ ହୋଇଥିଲା। ଏହି ଅବସରରେ ସଂଘର ପ୍ରତିଷ୍ଠାତା ଡ.କେଶବ ବଳିରାମ ହେଡଗ୍ୱୋର ଗୁରୁଜୀ ଏବପ୍ସ ଭାରତମାତାଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିର ଆରମ୍ଭ କରାଯାଇଥିଲା। ବର୍ଗାଧିକାରୀ ବଂଶୀ ସାମନ୍ତରାୟ ଓ ସର୍ବବ୍ୟବସ୍ଥା ପ୍ରମୁଖ ପାର୍ଥ ସାରଥୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଶାରିରିକ, ବୌଦ୍ଧିକ ଚର୍ଚ୍ଚା ସହ ସଂଘର ଦିବ୍ୟ ଭାବନା ଓ କାମନା ବିଷୟରେ ଚର୍ଚ୍ଚା ହୋଇଥିଲା। ସାଂପ୍ରତିକ ପରିସ୍ଥିତିରେ ରାଷ୍ଟ୍ରକୁ କିଭଳି ପରମ ବୈଭବଶାଳି କରିପାରିବ, ସଂଘ ପକ୍ଷରୁ କଣ ଲାଭ ପାଇଛନ୍ତି, ସଂଘର ଶତବାର୍ଷିକି ରେ ଥିବା ପଂଚ ପରିବର୍ତନର ଆହ୍ୱାନକୁ ସାକାର କରିବା ପାଇଁ ସମସ୍ତେ ଶପଥ ନେଇଥିଲେ। ପ୍ରାରମ୍ଭରେ ସମସ୍ତ ଶିବିରାର୍ଥୀ ମାନେ ନିଜ ନିଜ ପରିଚୟ ପ୍ରଦାନ କରିଥିଲେ। ଲକ୍ଷ୍ମୀକାନ୍ତ ମିଶ୍ର ଶହେବର୍ଷର ବିଜୟଯାତ୍ରା ବିଷୟରେ କହିଥିବା ବେଳେ କେଶବ ଶାଖାର ବିସ୍ତାର ନିମନ୍ତେ ନିରାକାର ଚୌଧୁରୀ, ଅକ୍ଷୟ କୁମାର ସାହୁ, ବୈଦନାଥ ମିଶ୍ର, ସାନ ଚୌଧୁରୀ, ବାବୁ ଭାଇ ବଜରଙ୍ଗୀ, ଚିତ୍ରସେନ ସାହୁ, ଲଳିତ ଅଗ୍ର୍ୱାଲ ପ୍ରମୁଖ ସ୍ୱୟଂସେବକ ମାନେ ସୁଚିନ୍ତିତ ମତ ରଖିଥିଲେ। ଜିଲ୍ଲା ଘୋଷ ପ୍ରମୁଖ ଜି. ମଧୁସୁଦନ ରାଓ ମୁଖ୍ୟ ବକ୍ତାଭାବେ ଯୋଗ ଦେଇ ଭାରତୀୟ ସପ୍ସସ୍କୃତିର ସଙ୍କଟର କାରଣ ଓ ନିରାକରଣ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ। ଡମ୍ବୁରୁଧର ପାଣିଗ୍ରାହୀ, ବିଷ୍ଣୁ ସାହୁ, ସୁରେଶ ପଣ୍ଡା, ସୁବ୍ରତ ପଣ୍ଡା, ଅରୁଣ ଭଟ୍ଟମିଶ୍ର, ଜ୍ୟୋତି ରଞ୍ଜନ ପୂଜାରୀ, ସାରଙ୍ଗ ସାମନ୍ତରାୟ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande