ଢେଙ୍କାନାଳରେ ପଥର ଖଣିରେ ବିସ୍ଫୋରଣ ପରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଢେଙ୍କାନାଳରେ ପଥର ଖଣିରେ ବିସ୍ଫୋରଣ ପରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଢେଙ୍କାନାଳରେ ପଥର ଖଣିରେ ବିସ୍ଫୋରଣ ପରେ ପଥର ଖସି
ନବୀନ


ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଢେଙ୍କାନାଳରେ ପଥର ଖଣିରେ ବିସ୍ଫୋରଣ ପରେ ଶ୍ରମିକଙ୍କ

ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଢେଙ୍କାନାଳରେ ପଥର ଖଣିରେ ବିସ୍ଫୋରଣ ପରେ ପଥର ଖସି

ଶ୍ରମିକଙ୍କ ପ୍ରାଣହାନୀ ହୋଇଥିବା ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ପରିବାର ସଦସ୍ୟଙ୍କ

ପ୍ରତି ମୋର ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ଘଟଣାଟି

କେଉଁ ପରିସ୍ଥିତିରେ ଘଟିଲା ଏବଂ ଶ୍ରମିକମାନଙ୍କ ସୁରକ୍ଷା ବ୍ୟବସ୍ଥା କିପରି ଥିଲା ସେନେଇ

ଉପଯୁକ୍ତ ଅନୁଧ୍ୟାନ କରାଯିବା ସହ ସରକାର ତୁରନ୍ତ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପ୍ରତି

ଦୃଷ୍ଟି ଦିଅନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande