ପାଟଣେଶ୍ଵରୀ ମହୋତ୍ସବ ଲାଗି ଏନ୍‌ଏଚ୍ ୫୭ ରାସ୍ତା ସୌନ୍ଦର୍ଯ୍ୟକରଣ ହେବ ଆଲୋକ ସଜ୍ଜା ଏବଂ ବିଭିନ୍ନ ଆର୍ଟ ଚିତ୍ର ସ୍ଥାନ ପାଇବ
ବଲାଙ୍ଗିର, ୪ ଜାନୁଆରୀ (ହି.ସ.)- ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା'' ପାଟଣେଶ୍ୱରୀ ୧୫୦ ବର୍ଷ ପୁର୍ତ୍ତି ଉତ୍ସବ ଆସନ୍ତା ଫେବୃୟାରୀ ମାସରେ ଅନୁଷ୍ଠିତ ହେବ। ଏହି ଅବସରରେ ବଲାଙ୍ଗିର ମ୍ୟୁନିସିପାଲିଟି ଚେୟାରମେନ ଲିକା ସାହୁଙ୍କୁ ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ୪ ଗୋଟି ପ୍ରସ୍ତାବ ମ
ପାଟଣେଶ୍ୱରୀ ମହୋତ୍ସବ ଲାଗି ଏନ୍‌ଏଚ୍ ୫୭ ରାସ୍ତା ସୌନ୍ଦର୍ଯ୍ୟକରଣ ହେବ ଆଲୋକ ସଜ୍ଜା ଏବଂ ବିଭିନ୍ନ ଆର୍ଟ ଚିତ୍ର ସ୍ଥାନ ପାଇବ


ବଲାଙ୍ଗିର, ୪ ଜାନୁଆରୀ (ହି.ସ.)- ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା' ପାଟଣେଶ୍ୱରୀ ୧୫୦ ବର୍ଷ ପୁର୍ତ୍ତି ଉତ୍ସବ ଆସନ୍ତା ଫେବୃୟାରୀ ମାସରେ ଅନୁଷ୍ଠିତ ହେବ। ଏହି ଅବସରରେ ବଲାଙ୍ଗିର ମ୍ୟୁନିସିପାଲିଟି ଚେୟାରମେନ ଲିକା ସାହୁଙ୍କୁ ଦେବାଳୟ ଐତିହ୍ୟ ସୁରକ୍ଷା ଟ୍ରଷ୍ଟ ପକ୍ଷରୁ ୪ ଗୋଟି ପ୍ରସ୍ତାବ ମହୋତ୍ସବ ପାଇଁ ଦିଆଯାଇଛି । ଲୋକନାଥ ମନ୍ଦିରରୁ ମା ପାଟଣେଶ୍ୱରୀ ମନ୍ଦିର ରାସ୍ତାରେ ଏନ୍‌ଏଚ୍ ନଂ. ୫୭ ରାଜପଥ ରାସ୍ତାରେ ସ୍ୱଚ୍ଛତା ଏବଂ ବଲାଙ୍ଗିରର ଐତିହ୍ୟ କଳାକିର୍ତ୍ତି ଆଙ୍କିବା ପାଇଁ ଏବଂ ଆଲୋକ ସଜ୍ଜା ବିଭିନ୍ନ ବୃକ୍ଷ ରାସ୍ତାକଡରେ ଲଗାଇବା, ଜଳାଶୟ ଏବଂ ବିଭିନ୍ନ ରାସ୍ତାରେ ଆଲୋକ ସଜ୍ଜା ପାଇଁ ଦାବି କରିଥିଲେ । ଏହି ଉତ୍ସବ ଉଦ୍ଦେଶ୍ୟରେ ପୌର ପ୍ରଶାସନ ସବୁ ସହଯୋଗ କରିବ ବୋଲି ଆଲୋଚନା କରିଥିଲେ ।

ଦେବାଳୟ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଉପଦେଷ୍ଟା ସୁରେନ୍ଦ୍ର କୁମାର ନେଗୀ, କବି ଅର୍ଜୁନ ସାହୁ, ରିଣ୍ଟୁ ସାହୁ, ଭବାନି ଶଙ୍କର ଭୋଇ,ସଂପାଦକ ପ୍ରଶାନ୍ତ ମହାକୁର ସାମିଲ ଥିଲେ । ଏହି ଉଦ୍ଦେଶ୍ୟରେ ୧୫୦ ବର୍ଷ ପୁର୍ତ୍ତି ଅବସରରେ ଲୋଗୋ ପୌରାଧ୍ୟକ୍ଷାଙ୍କୁ ଅର୍ପଣ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande