ଆଗାମୀ ୨ ଦିନ ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ କେତେକ ଜିଲ୍ଲାକୁ ଚେତାବନୀ : ଆଗାମୀ ୨୪ ଘଂଟା ପାଇଁ ୨ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ଵର, ୪ ଜାନୁଆରୀ (ହି.ସ.)- ଆଗାମୀ ୨ ଦିନ ଅର୍ଥାତ୍ ୬ ତାରିଖ ସକାଳ ସୁଦ୍ଧା ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୬ ତାରିଖ ସକାଳ ଠାରୁ ୮ ତାରିଖ ସକାଳ ସୁଦ୍ଧା ଘନ କୁହୁଡ଼ି ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ଘନ କୁହ
ଆଗାମୀ ୨ ଦିନ ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ କେତେକ ଜିଲ୍ଲାକୁ ଚେତାବନୀ-୨


ଆଗାମୀ ୨ ଦିନ ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ କେତେକ ଜିଲ୍ଲାକୁ ଚେତାବନୀ


ଭୁବନେଶ୍ଵର, ୪ ଜାନୁଆରୀ (ହି.ସ.)- ଆଗାମୀ ୨ ଦିନ ଅର୍ଥାତ୍ ୬ ତାରିଖ ସକାଳ ସୁଦ୍ଧା ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୬ ତାରିଖ ସକାଳ ଠାରୁ ୮ ତାରିଖ ସକାଳ ସୁଦ୍ଧା ଘନ କୁହୁଡ଼ି ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି ।

ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ ଆଗାମୀ ୨୪ ଘଂଟା ଅର୍ଥାତ୍ ୫ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା( ଯାଜପୁର, ନୟାଗଡ଼)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୦ ଜିଲ୍ଲା( ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ, ଗଜପତି)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ଘନ କୁହୁଡ଼ିରୁ ଅତି ଘନ କୁହୁଡ଼ି ନେଇ ୫ ତାରିଖ ସକାଳ ଠାରୁ ୬ ତାରିଖ ସକାଳ ସୁଦ୍ଧା ୨ ଜିଲ୍ଲା(ଯାଜପୁର, ନୟାଗଡ଼)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୮ ଜିଲ୍ଲା(ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ ।

ଅନୁରୂପ ଭାବେ ୬ ତାରିଖ ସକାଳ ଠାରୁ ୭ ତାରିଖ ସକାଳ ସୁଦ୍ଧା ଘନ କୁହୁଡ଼ି ନେଇ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି ।

ସେହିପରି ୭ ତାରିଖ ସକାଳ ଠାରୁ ୮ ତାରିଖ ସକାଳ ସୁଦ୍ଧା ଘନ କୁହୁଡ଼ି ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ନୟାଗଡ଼ । ଏସବୁ ସ୍ଥାନରେ କୁହୁଡ଼ିର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିପାରେ । ଏହାର ପରବର୍ତୀ ୩ ଦିନ ଅର୍ଥାତ୍ ୮ ତାରିଖ ସକାଳ ଠାରୁ ୧୧ ତାରିଖ ସକାଳ ପର୍ଯ୍ୟନ୍ତ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande