
କେନ୍ଦ୍ରାପଡା, ୪ ଜାନୁଆରୀ (ହି.ସ.)- ଜାତୀୟ ସଡକ ସୁରକ୍ଷା ମାସ ୨୦୨୬ ଅବସରରେ କେନ୍ଦ୍ରାପଡା ଜିଲ୍ଲା ଆଂଚଳିକ ପରିବହନ ବିଭାଗ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆରଟିଓ ଲୋକନାଥ ମେହେରଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଚଣ୍ଡିଖୋଲ-ପାରାଦ୍ୱିପ ଜାତୀୟ ରାଜପଥ ରେ ଯାତାୟତ କରୁଥିବା ଶତାଧିକ ଟ୍ରକ ଚାଳକ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏବଂ ଏଥି ସହିତ ଚାଳକ ମାନଙ୍କ ମଧ୍ୟରେ ଦୁର୍ଘଟଣା ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଜନସାଧାରଣ ସଡକ ସୁରକ୍ଷା ଅଭିଯାନରେ ସାମିଲ ହୋଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚକ୍ଷୁ ପରୀକ୍ଷାରେ ସହଯୋଗ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ରବି