
ବଲାଙ୍ଗିର, ୪ ଜାନୁଆରୀ (ହି.ସ.)- ଜାତୀୟ ରାଜପଥ ନମ୍ବର ୨୬ ବଲାଙ୍ଗିର-ଟିଟିଲାଗଡ ରାସ୍ତାର ଘୁଚିପାଲି ଛକ ନିକଟରେ ରବିବାର ଭୋର ସମୟରେ ଏକ ମକା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଛି । ଟ୍ରକ ଡ୍ରାଇଭର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ହେଲ୍ପର ଆହତ ହୋଇଥିବା ଜଣାପଡିଛି । ମକା ବୋଝେଇ ଟ୍ରକଟି ରାଇଘରରୁ ଢେଙ୍କାନାଳ ଅଭିମୁଖେ ଯାଉଥିଲା । ଟ୍ରକଟି ରାସ୍ତାରେ ଯାଉଥିବା ବେଳେ ସାମ୍ନା ପଟରୁ ଆସୁଥିବା ଅନ୍ୟ ଏକ ଗାଡି ହେଡ ଲାଇଟ ମାରି ଆସୁଥିବାରୁ ଟ୍ରକ ଡ୍ରାଇଭର ବଡ ଦୁର୍ଘଟଣାକୁ ଏଡାଇବାକୁ ଯାଇ ଟ୍ରକଟିକୁ କଣ୍ଟ୍ରୋଲ କରି ନପାରିବାରୁ ରାସ୍ତା ଉପରେ ଓଲଟି ପଡ଼ିଥିବା କୁହାଯାଉଛି । ଖବର ପାଇ ଦେଓଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ