ମିନିବସ - ପିକ୍ଅପ ଭ୍ୟାନ ଧକ୍କା : ୧୦‌ ଆହତ
ଗଞାମ, ୪ ଜାନୁଆରୀ (ହି.ସ.)- ଦିଗପହଣ୍ଡି‌ ଥାନା ଦେଖାଲି ଝାଟିପିଟିଆ ଛକରେ ଏକ ମିନିଵସ ସହ ଗୋଟିଏ ଶୁଖୁଆ ବୋଝେଇ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡିର‌ ଡ୍ରାଇଭର ସମେତ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ପହଂଚି ଆହତ ମାନଙ୍କୁ ଉଦ୍ଧା
ମିନିବସ - ପିକ୍ଅପ ଭ୍ୟାନ ଧକ୍କା : ୧୦‌ ଆହତ


ଗଞାମ, ୪ ଜାନୁଆରୀ (ହି.ସ.)- ଦିଗପହଣ୍ଡି‌ ଥାନା ଦେଖାଲି ଝାଟିପିଟିଆ ଛକରେ ଏକ ମିନିଵସ ସହ ଗୋଟିଏ ଶୁଖୁଆ ବୋଝେଇ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡିର‌ ଡ୍ରାଇଭର ସମେତ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ଦମକଳବାହିନୀ ପହଂଚି ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଗୁରୁତର ଆହତଙ୍କୁ‌ ପ୍ରାଥମିକ ଚିକିତ୍ସା ପରେ ଵ୍ରହ୍ମପୁର ଵଡ ଡାକ୍ତରଖାନାକୁ ପଠାଇବା ବ୍ୟବସ୍ଥା କରାଯାଇଛି। ପୁଲିସ ଦୁଇଟି‌ ଗାଡି ଜବତ କରି ଘଟଣାର ତଦନ୍ତ କରୁଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande