ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାର ମନମାନିକୁ ଗ୍ରାମବାସୀଙ୍କ ବିରୋଧ
ଜୟପୁର, ୪ ଜାନୁଆରୀ (ହି.ସ.)- ଦୀର୍ଘ ବର୍ଷର ଅପେକ୍ଷା ପରେ ଉପାନ୍ତ ଅଞ୍ଚଳକୁ ପକ୍କା ରାସ୍ତା ସଂଯୋଗ ହେଉଛି। ହେଲେ ରାସ୍ତା ନିର୍ମାଣ କାର୍ଯ୍ୟରେ ମନମାନି କରୁଛି ଠିକା ସଂସ୍ଥା। ଯାହାକୁ ଘୋର ବିରୋଧ କରି ମେଳି ବାନ୍ଧିଛନ୍ତି ଚାରିଖଣ୍ଡ ଗାଁ ର ଶହ ଶହ ଲୋକ । ବୋରିଗୁମ୍ମା ବ୍ଲକ ହରଡାଗୁଡା ପଞ୍ଚାୟତରେ
ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାର ମନମାନି କୁ ଗ୍ରାମବାସୀ ଙ୍କ ବିରୋଧ।


ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାର ମନମାନି କୁ ଗ୍ରାମବାସୀ ଙ୍କ ବିରୋଧ।


ରାସ୍ତା ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାର ମନମାନି କୁ ଗ୍ରାମବାସୀ ଙ୍କ ବିରୋଧ।


ଜୟପୁର, ୪ ଜାନୁଆରୀ (ହି.ସ.)- ଦୀର୍ଘ ବର୍ଷର ଅପେକ୍ଷା ପରେ ଉପାନ୍ତ ଅଞ୍ଚଳକୁ ପକ୍କା ରାସ୍ତା ସଂଯୋଗ ହେଉଛି। ହେଲେ ରାସ୍ତା ନିର୍ମାଣ କାର୍ଯ୍ୟରେ ମନମାନି କରୁଛି ଠିକା ସଂସ୍ଥା। ଯାହାକୁ ଘୋର ବିରୋଧ କରି ମେଳି ବାନ୍ଧିଛନ୍ତି ଚାରିଖଣ୍ଡ ଗାଁ ର ଶହ ଶହ ଲୋକ । ବୋରିଗୁମ୍ମା ବ୍ଲକ ହରଡାଗୁଡା ପଞ୍ଚାୟତରେ ହୋଇଛି ଘୋଟାଲା । ସ୍ଵାଧୀନତା ପରଠୁ ପକ୍କା ରାସ୍ତା ଦେଖି ନଥିଲେ ଉପାନ୍ତ ଗାଁ ଲୋକେ । ଏବେ ପକ୍କା ରାସ୍ତା ପାଇଁ ଅନୁଦାନ ଆସିଲା। ତଥ୍ୟ ଅନୁଯାୟୀ, ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ପଟାରାଙ୍ଗିଣି ଠାରୁ ହରଡ଼ାଗୁଡା ୩ କିଲୋମିଟର ପକ୍କା ରାସ୍ତା ନିର୍ମାଣ l ପଟା ରଙ୍ଗିଣି ନିକଟରେ ଏକ ବ୍ରିଜ ନିର୍ମାଣ lଚାନ୍ଦବେଢା ଠାରୁ ରସେଇପଦର ଗାଁ ପର୍ଯ୍ୟନ୍ତ ୬କିଲୋମିଟର ପକ୍କା ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ହୋଇଥିଲା lଏହି ନିର୍ମାଣ କାର୍ଯ୍ୟ ର ପରିଚାଳନା ଦାୟୀତ୍ଵ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଦିଆଯାଇଥିଲା l ଯଦିଓ ଟେଣ୍ଡର ପାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା ଠିକା ସଂସ୍ଥା l କାର୍ଯ୍ୟର ମନ୍ଥରତା କାରଣରୁ ୫ ବର୍ଷ ପରେ ବି ୩୦ ପ୍ରତିଶତ କାର୍ଯ୍ୟ ସରିନାହିଁ। ପଟାରାଙ୍ଗୀଣି ନିକଟରେ ବ୍ରିଜ ନିର୍ମାଣ ହୋଇଥିଲେ ବି ରାସ୍ତା ନିର୍ମାଣ କାର୍ଯ୍ୟ ହୋଇପାରିନି l ସେହିପରି ପଟାରାଙ୍ଗିଣି ଠାରୁ ରସୋଈପଦର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଗ୍ରାମବାସୀଙ୍କ କଥାକୁ ନଶୁଣି ମନମାନି କରୁଛି ଠିକା ସଂସ୍ଥା l ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଚୁପ ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଏହି ଦୁଇଟି ରାସ୍ତା ଉପରେ କୋରାପୁଟ ଜିଲ୍ଲାର ହରଡା ଗୁଡା ପଂଚାୟତର ୧୭ଟି ଗାଁ ଏବଂ ଦଶମନ୍ତପୁର ବ୍ଲକର ୮ଟି ଗାଁ ର ଗ୍ରାମବାସୀ । ଏହି ରାସ୍ତା ନିର୍ମାଣ କାର୍ଯ୍ୟ ସଠିକ ନହେଲେ ଜିଲ୍ଲାପାଳଙ୍କୁ ଜଣାଇବୁ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ l ବ୍ଲକର ଉପାନ୍ତ ହରଡାଗୁଡ଼ା ଓ ଚମ୍ପାପଦର୍ ପଂଚାୟତର ଅନେକ ଅପହଞ୍ଚ ଗାଁ ରହିଛି । ହରଡାଗୁଡ଼ାରୁ ପଟାରଙ୍ଗନି ନଦୀ ଉପରେ ପୋଲ ନଥିବାରୁ ଅନେକ ଲୋକ ଭାସି ଯିବା ନଜିର ମଧ୍ୟ ରହିଛି । ପ୍ରଥମ ଥର ରାସ୍ତା ଦେଖିବାର ସ୍ଵପ୍ନ କଲେ ଧୂଳିସାତ ହୋଇଯିବ କାଳେ ରାସ୍ତା ଆଗକୁ ସମ୍ପୂର୍ଣ ନିମ୍ନମାନର ହୋଇଯାଇପାରେ ଏହାକୁ ଲକ୍ଷ୍ୟ କରି ୪ ଗ୍ରାମର ଗ୍ରାମବାସୀ ମେଳି ବାନ୍ଧି ଠିକ୍ ରାସ୍ତା ନିର୍ମାଣ ର ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଲୋକଙ୍କ ମେଳି ସ୍ଥାନରେ ପହଞ୍ଚି ଠିକ୍ ରାସ୍ତା ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଠିକା ସଂସ୍ଥାର ସୁପରଭାଇଜର ଧର୍ମେନ୍ଦ୍ର ସିଂ l ଏତେ ବର୍ଷ ର ଅପେକ୍ଷା ପରେ ପ୍ରଥମ କରି ଦୁର୍ଗମ ଅଞ୍ଚଳ ଗୁଡିକୁ ପକ୍କା ରାସ୍ତା ସଂଯୋଗ ହେଉଛି। ନିର୍ମାଣ କାର୍ଯ୍ୟରେ ଠିକା ସଂସ୍ଥାର ମନମାନି କାରଣରୁ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ବିଭାଗୀୟ ଅଧିକାରୀ ଏବଂ ରାଜ୍ୟ ସରକାର ଦୃଷ୍ଟି ଦେଇ ଖୁବ ଶୀଘ୍ର ଉନ୍ନତ ମାନର ରାସ୍ତା ନିର୍ମାଣ କରିବା ଦିଗରେ ସୃଷ୍ଟି ଦେବା ଜରୁରୀ ହୋଇପଡିଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande