ମହାକାଳପଡା ବିଧାୟକଙ୍କ ସହିତ ଜିଲ୍ଲା ଯାଦବ ମହାସଭାର ଆଲୋଚନା
କେନ୍ଦ୍ରାପଡା, ୪ ଜାନୁଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭା ତରଫରୁ ସଭାପତି ପ୍ରଭାକର ପଲାଇଙ୍କ ନେତୃତ୍ୱରେ ମହାକାଳପଡା ବିଧାୟକ ଡ଼ଃ. ଦୁର୍ଗା ପ୍ରସାଦ ନାୟକଙ୍କ ସହିତ ମାର୍ଶାଘାଇ ଓ ମହାକାଳପଡା ଯାଦବ ମହାସଭାର ସଭାପତି, ସଂପାଦକ ଓ ସଦସ୍ୟ ମାନଙ୍କ ସହିତ ଏକ ଜରୁରୀ ଆଲୋଚନା ଅନୁଷ୍ଠିତ ହୋଇ
---------------ମହାକାଳପଡା ବିଧାୟକଙ୍କ ସହିତ ଜିଲ୍ଲା ଯାଦବ ମହାସଭା ର ଆଲୋଚନା


କେନ୍ଦ୍ରାପଡା, ୪ ଜାନୁଆରୀ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା ଯାଦବ ମହାସଭା ତରଫରୁ ସଭାପତି ପ୍ରଭାକର ପଲାଇଙ୍କ ନେତୃତ୍ୱରେ ମହାକାଳପଡା ବିଧାୟକ ଡ଼ଃ. ଦୁର୍ଗା ପ୍ରସାଦ ନାୟକଙ୍କ ସହିତ ମାର୍ଶାଘାଇ ଓ ମହାକାଳପଡା ଯାଦବ ମହାସଭାର ସଭାପତି, ସଂପାଦକ ଓ ସଦସ୍ୟ ମାନଙ୍କ ସହିତ ଏକ ଜରୁରୀ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ସଂଘ ତରଫରୁ ବିଧାୟକ ଡ଼ଃ. ନାୟକଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ ଯାଦବ ମାନଙ୍କର ବିଭିନ୍ନ ସମସ୍ୟା ଓ ଯାଦବ ଭବନ ନିର୍ମାଣ ପାଇଁ ଆଲୋଚନା କରିଥିଲେ । ବିଧାୟକ ଶ୍ରୀ ନାୟକ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande