
ମାଲକାନଗିରି, ୪ ଜାନୁଆରି (ହି.ସ.) - ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ସଂଘ ମାଲକାନଗିରି ଶାଖାର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ଼ିଭିଜନ ସେକ୍ରେଟାରୀ ମଳୟ ପଟ୍ଟନାୟକ ଆୟୋଜିତ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ବୈଠକରେ ସଂଘର ବିଭିନ୍ନ କାର୍ଯ୍ୟପନ୍ଥା କିଭଳି ସୂଚାରୁ ରୂପେ ସମ୍ପାଦନ ହୋଇପାରିବ ଓ ଆଗାମୀ ଦିନରେ କର୍ମଚାରୀଙ୍କ ବିଭିନ୍ନ ଦାବି ଉପସ୍ଥାପନ ସମ୍ପର୍କରେ ଆଲୋଚନା ହୋଇଥିଲା।ଏହି ଅବସରରେ ପୂର୍ବତନ ସଂଘ କର୍ମକର୍ତା ନିଜ ନିଜ ପଦପଦବୀରୁ ଇସ୍ତଫା ଦେବା ସହ ସର୍ବସମ୍ମତି କ୍ରମେ ୨୦୨୬ ମସିହା ପାଇଁ ନୂତନ କର୍ମକର୍ତା ଚୟନ କରାଯାଇଥିଲା। ମଳୟ ପଟ୍ଟନାୟକ ପୁନର୍ବାର ଡ଼ିଭିଜନ ସେକ୍ରେଟାରୀ, ଗୌରହରି ସାମଲ ସହକାରୀ ଡ଼ିଭିଜନ ସେକ୍ରେଟାରୀ, ସୁନିଲ୍ କୁମାର ସାବତ ଓ ଯଜ୍ଞ ପ୍ରସାଦ ସିଂ କେନ୍ଦ୍ରୀୟ କାର୍ଯ୍ୟକାରୀ ସଦସ୍ୟ ଓ ପି. ସନ୍ତୋଷ କୁମାର କୋଷାଧ୍ୟକ୍ଷ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିବା ବେଳେ ଗୋଲାପ ରଞ୍ଜନ ଜେନା ମାଲକାନଗିରି ସବ୍ ଡ଼ିଭିଜନାଲ୍ ସେକ୍ରେଟାରୀ, ସୁଶାନ୍ତ କୁମାର କର(ବାଲିମେଳା), ଶଙ୍କର କୁମାର ପାତ୍ର, ଦୀପ୍ତି ରଞ୍ଜନ ବାରିକ୍, ତନୟ କୁମାର ମିଶ୍ର, ଚନ୍ଦ୍ରମଣି ବେହେରା, ସଞ୍ଜୟ କୁମାର ପରିଡ଼ା, ସାଗର ପ୍ରଧାନ, ଗୁପ୍ତପ୍ରସାଦ ମହାନ୍ତି ଓ ବୀରେନ୍ଦ୍ର ଭୂମିଆ ପ୍ରମୁଖ ଜିଲ୍ଲାର ବିଭିନ୍ନ ଅଂଚଳ ପାଇଁ କର୍ମକର୍ତା ନିର୍ବାଚିତ ହୋଇଥିଲେ। ସଂଘର ନବ ନିର୍ବାଚିତ କର୍ମକର୍ତାଙ୍କୁ ସଂଘ ସଦସ୍ୟ ଅଭିନନ୍ଦନ ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ