ନୂତନ ଥାନାଧିକାରୀଙ୍କୁ ସାକ୍ଷାତ କଲେ ପାଟଣା ପ୍ରେସ୍‌କ୍ଲବ ସଦସ୍ୟ
କେନ୍ଦୁଝର, ୦୪ ଜାନୁଆରୀ(ହି.ସ.) – ପାଟଣା ଥାନାରେ ନୂତନ ଥାନାଧିକାରୀ ଭାବେ କିରଣ ପ୍ରସାଦ ସାହୁ କାର୍ଯ୍ୟରେ ଯୋଗ କରିଛନ୍ତି। ଏହି ଅବସରରେ ଆଜି ପାଟଣା ପ୍ରେସ୍‌କ୍ଲବର ସଭାପତି କିଶୋର ଚନ୍ଦ୍ର ମହାନ୍ତ ଓ ସମ୍ପାଦକ ବିଜୟ ରତ୍ନ ପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂତନ ଥାନାଧିକାରୀ କିରଣ ପ୍ରସାଦ ସ
ନୂତନ ଥାନାଧିକାରୀଙ୍କୁ ସାକ୍ଷାତ କଲେ ପାଟଣା ପ୍ରେସ୍‌କ୍ଲବ ସଦସ୍ୟ


କେନ୍ଦୁଝର, ୦୪ ଜାନୁଆରୀ(ହି.ସ.) – ପାଟଣା ଥାନାରେ ନୂତନ ଥାନାଧିକାରୀ ଭାବେ କିରଣ ପ୍ରସାଦ ସାହୁ କାର୍ଯ୍ୟରେ ଯୋଗ କରିଛନ୍ତି। ଏହି ଅବସରରେ ଆଜି ପାଟଣା ପ୍ରେସ୍‌କ୍ଲବର ସଭାପତି କିଶୋର ଚନ୍ଦ୍ର ମହାନ୍ତ ଓ ସମ୍ପାଦକ ବିଜୟ ରତ୍ନ ପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନୂତନ ଥାନାଧିକାରୀ କିରଣ ପ୍ରସାଦ ସାହୁଙ୍କୁ ପାଟଣା ଥାନାକୁ ଯାଇ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି। ଆଇନ ଶୃଙ୍ଖଳା ରକ୍ଷା, ବିଭିନ୍ନ ସାମାଜିକ, ଅସାମାଜିକ କାର୍ଯ୍ୟ କଳାପ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ପାଟଣା ଅଂଚଳରେ ଆଇନ ଶୃଙ୍ଖଳା ରକ୍ଷା ଉପରେ ସେ ଗୁରୁତ୍ୱ ଦେବାସହ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରିବେ ବୋଲି ଥାନାଧିକାରୀ କହିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande