
ଖୋର୍ଦ୍ଧା, ୪ ଜାନୁଆରୀ (ହି.ସ.)- ମିଳିତ କ୍ରିୟାନୁଷ୍ଠାନ କମିଟି ଓ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୫୫ ମାସ ଶାନ୍ତି ପୂର୍ଣ୍ଣ ଧାରଣା ଲିଙ୍ଗରାଜ ପାସେଞ୍ଜର ହଲ୍ଟରେ ଦିଆଯାଇଛି। ଏପରିକି ରେଳ ଭଡା ବୃଦ୍ଧିର ପ୍ରତିବାଦ କରାଯାଇଛି। ଅନ୍ୟ ରାଜ୍ୟରେ ଯେତିକି ଉନ୍ନତି କରାଯାଇଛି, ଗତ ସରକାରଙ୍କ ସମୟରେ ଓଡିଶା ମାଟିରେ ରେଳ ବିଭାଗର କୈ।ଣସି ଉନ୍ନତିମୂଳକ କାର୍ଯ୍ୟ କରାଯାଇନଥିଲା । ବର୍ତ୍ତମାନ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଉଦ୍ୟମରେ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦିଜୀଙ୍କ ଉଦାରତାରୁ ଆଜି ଓଡିଶା ପ୍ରଦେଶରେ ରେଳ କାର୍ଯ୍ୟକ୍ରମ ମୁଣ୍ଡ ଟେକିଛି। ସେ ସବୁ କଥାକୁ ବିଚାର କରି ଓଡିଶାରେ ରେଳ ଭଡା ବୃଦ୍ଧି କରାନଯାଉ। କୋଭିଡ୍ ପରେ କଲିକତାରେ ପୂର୍ବ ନିର୍ଦ୍ଧାରିତ ରେଳ ଭଡା ଆଦାୟ କରାଯାଉଥିଲା। କିନ୍ତୁ, ଦୁଃଖର ବିଷୟ ଓଡ଼ିଶାରେ ବର୍ଦ୍ଧିତ ରେଳ ଉଡା ଆଦାୟ କରାଯାଉଥିଲା। ରେଳ ବିଭାଗର ଦୃଷ୍ଟି ଆକର୍ଷଣ କରିବା ପରେ ତାହା ସମାନ କରାଗଲା। ଏହି ନ୍ୟାୟରେ ଓଡ଼ିଶାରେ ରେଳ ଭଡା ବୃଦ୍ଧି କରାନଯାଉ। ତତ୍ ସହିତ ଲିଙ୍ଗରାଜଙ୍କ ନାମରେ ଏକ ଟ୍ରେନ ନାମକରଣ କରାଯାଉ। ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ଷ୍ଟେସନର ମାନ୍ୟତା ମିଳୁ। ଦୂରଗାମୀ ରେଳଗୁଡିକୁ ଏଠାରେ ରଖାଯାଉ। ଆହାର କେନ୍ଦ୍ର, ସ୍ତନ୍ୟପାନ ଗୃହ, ଯାତ୍ରୀଙ୍କ ଯାତାୟାତ ନିମନ୍ତେ ଅଟୋ ଷ୍ଟାଣ୍ଡର ବ୍ୟବସ୍ଥା କରାଯାଉ।
ଆଜିର ଏହି ଧାରଣାରେ ରାମ ପ୍ରସାଦ ରଥ, ବଂଶୀଧର ପଣ୍ଡା, ରଙ୍କନିଧି ପଟ୍ଟନାୟକ, ସତ୍ୟନାରାୟଣ ସାମନ୍ତସିଂହାର, ଡକ୍ଟର ସୁଦର୍ଶନ ବଳିଆରସିଂହ, ଗିରିଜା ଶଙ୍କର ମହାପାତ୍ର, ଦାମୋଦର ସାମନ୍ତରାୟ, ଦେବବ୍ରତ ପାତ୍ର, ଗୋଲକ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ରାକେଶ