ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧୀର ରଞ୍ଜନ ମିଶ୍ରଙ୍କର ପରଲୋକ
ବଲାଙ୍ଗୀର, ୦୪ ଜାନୁଆରୀ(ହି.ସ.) – ତୁଳସୀ ନଗର ନିବାସୀ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧୀର ରଞ୍ଜନ ମିଶ୍ର (୬୧)ଙ୍କର ପରଲୋକ ଘଟିଛି। କିଛି ଦିନ ଧରି ଅସୁସ୍ଥ ଥିବା ମିଶ୍ରଙ୍କର ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା। ଶୁକ୍ରବାର ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ସେହି
ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧୀର ରଞ୍ଜନ ମିଶ୍ର (୬୧)ଙ୍କର ପରଲୋକ


ବଲାଙ୍ଗୀର, ୦୪ ଜାନୁଆରୀ(ହି.ସ.) – ତୁଳସୀ ନଗର ନିବାସୀ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁଧୀର ରଞ୍ଜନ ମିଶ୍ର (୬୧)ଙ୍କର ପରଲୋକ ଘଟିଛି। କିଛି ଦିନ ଧରି ଅସୁସ୍ଥ ଥିବା ମିଶ୍ରଙ୍କର ବରଗଡ଼ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା।

ଶୁକ୍ରବାର ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ସେହି ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ପରଲୋକ ସମୟରେ ପତ୍ନୀ ଜ୍ୟୋତ୍ସ୍ନା, ଦୁଇ ପୁଅ ପ୍ରତ୍ୟୁଷ ଓ ପ୍ରତୀକଙ୍କ ସମେତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ମିଶ୍ର ଜଣେ ମେଳାପି ଓ କର୍ମଠ ବ୍ୟକ୍ତି ଭାବରେ ସୁପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ବଲାଙ୍ଗିର ସହରର ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ପଡ଼ାବାସୀ ତାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଶନିବାର ବଲାଙ୍ଗିର ସହର ବିଭୂତିପଡ଼ା ସ୍ୱର୍ଗ ଦ୍ୱାର ଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡ଼ ପୁଅ ପ୍ରତ୍ୟୁଷ ରଞ୍ଜନ ମିଶ୍ର ମୁଖାଗ୍ନି ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande