
ଜୟପୁର, ୦୪ ଜାନୁଆରି (ହି.ସ.) - କୋରାପୁଟ ଜିଲ୍ଲା ଜୟପୁର ସଦରଥାନା ତରଗାଇ ଗ୍ରାମ ଠାରେ ଗତକାଲି ରାତିରେ ଭଲିବୋଲ ଖେଳିବାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏଥିରେ ଗ୍ରାମର ରାମ କମାର (୨୦)ଙ୍କୁ ଲୁହା ଛଡରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା ଫଳରେ ସେ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଆଜି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷ ଗ୍ରାମର ୭ଜଣ ବ୍ୟକ୍ତି ନାରୟଣ ଭୂମିଆ, ହରିଶ୍ଚନ୍ଦ୍ର ଭୂମିଆ, ଘାସି ପୁଜାରୀ, କୁମ ଭୁମିଆ, ମଧୁ ଭୂମିଆ, ଘାସି ଭୂମିଆ, ଲଛମନ ଊୂମିଆ ଲିଖିତ ଭାବେ ପ୍ରଥମ ଅଭିଯୋଗକାରୀ ରାମଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ଏଥିନେଇ ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗକୁ ରୁଜୁ କରାଯାଇ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତିରେ ତରଗାଇ ଗ୍ରାମର କୋରାପୁଟ ପରମ୍ପରା ପୁଷପୁନି ଉତ୍ସବ ଚାଲିଥିବା ବେଳେ ଗ୍ରାମର ପ୍ରାୟ ୫ର ଉର୍ଦ୍ଧ୍ୱ ଯୁବକ ଓ ଲୋକମାନେ ପ୍ରଥମ ଅଭିଯୋଗକାରୀ ଯୁବକ ରାମକୁ କୌଣସି କାରଣ ନଥିବା ନେଇ ଠେଙ୍ଗା ଓ ଲୁହା ଛଡରେ ଆକ୍ରମଣ କରିଥିବା ବେଳେ ମାଡ ମାରିଥିଲେ ଏହିପରି ଲୁହା ଛଡରେ ତାଙ୍କ ମୁଣ୍ଡକୁ ପାହାର କରିବା ପରେ ତାଙ୍କ ମୁଣ୍ଡ ଫାଟିଯିବା ସହ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହିପରି ଆକ୍ରମଣ ଶୀକାର ହେଉଥିବା ଯୁବକ ରାମଙ୍କୁ ମୁକ୍ତ କରିବାକୁ ତାଙ୍କ ବାପା, ମା ଓ ସମ୍ପର୍କିୟ ଭାଇ ଆସିଥିଲେ କିନ୍ତୁ ଆକ୍ରମଣକାରୀ ମାନେ ତାଙ୍କୁ ମଧ୍ୟ ମାଡ ମାରିଥିଲେ। ସଦରଥାନ ପୁଲିସକୁ ସୂଚନା ଦେବା ପରେ ପୁଲିସ ଆସି ଆକ୍ରମଣର ଶୀକାର ହୋଇଥିବା ଯୁବକ ରାମକୁ ଜିଲ୍ଲା ଚିକିତ୍ସାଳୟକୁ ନେଇ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଏଥିନେଇ ଆଜି ମଧ୍ୟାହ୍ନରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ସେହିପରି ଗ୍ରାମ ଯୁବକ ମାନେ ମିଳିତ ଭାବେ ଲାଇଟ ଲଗାଇ ଗତକାଲି ରାତିରେ ଭଲିବଲ ଖେଳୁଥିଲେ । ଗ୍ରାମର ଯୁବକ ରାମ ଅତ୍ୟଧିକ ମଦ୍ୟପାନ କରିବା ସହ ଗ୍ରାମରେ ପହଂଚି ଭଲିବଲ ଖେଳିବା ପାଇଁ ଜିଦ କରିଥିଲେ । ଏହିପରି ମଦ୍ୟପାନ କରିଥିବା ଯୋଗୁଁ ତାଙ୍କ ଖେଳିବାକୁ ଯୁବକ ମାନେ ମନା କରିଥିଲେ । ଏଥିରେ ରାଗିଯାଇ ଘରକୁଯାଇ ଏକ ଖଣ୍ଡା ଆଣି ଗ୍ରାମବାସୀ ମାନଙ୍କୁ ଆକ୍ରମଣ କରିବାକୁ ଗୋଡାଇବା ସହିତ ଜାତିକୁ ନେଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହିପରି ପ୍ରାଣଭୟରେ ଗ୍ରାମବାସୀ ଦୌଡିବାକୁ ଲାଗିଥିଲେ , କିନ୍ତୁ ଗ୍ରାମର କିଛି ଯୁବକ ସାହସର ସହିତ ଯୁବକ ରାମଙ୍କୁ କାବୁ କରିବା ସହି ତାଙ୍କ ହାତରୁ ଖଣ୍ଡା ଛଡାଇଥିଲେ। ଏହିପରି ଆକ୍ରମାରୀ ଯୁବକ ରାମ ସମସ୍ତଙ୍କୁ ଜୀବନରେ ମାରିଦେବାକୁ ଧମକ ଚମକ ଦେଇଥିବା ନେଇ ଏକଲାରେ ଦର୍ଶାଯାଇଛି । ତେଣୁ ଭଭୟଙ୍କ ଅଭିଯୋଗ କ୍ରମେ ଦୁଇଟି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ନେଇ ଥାନା ଅଧିକାରୀ ସଚ୍ଚିନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି