୨୮ତମ ସମ୍ବଲପୁର ଲୋକ ମହୋତ୍ସବ ୨୦୨୬ ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ସହର
ସମ୍ବଲପୁର, ୦୪, ଜାନୁଆରୀ (ହି.ସ.) - ସମ୍ବଲପୁର ଲୋକ ମହୋତ୍ସବ ଆୟୋଜନ ସମିତି ପକ୍ଷରୁ ରବିବାର ପୂର୍ବାହ୍ନରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା
୨୮ତମ ସମ୍ବଲପୁର ଲୋକ ମହୋତ୍ସବ ୨୦୨୬ ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ସହର


୨୮ତମ ସମ୍ବଲପୁର ଲୋକ ମହୋତ୍ସବ ୨୦୨୬ ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ସହର


୨୮ତମ ସମ୍ବଲପୁର ଲୋକ ମହୋତ୍ସବ ୨୦୨୬ ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ସହର


୨୮ତମ ସମ୍ବଲପୁର ଲୋକ ମହୋତ୍ସବ ୨୦୨୬ ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ସହର


୨୮ତମ ସମ୍ବଲପୁର ଲୋକ ମହୋତ୍ସବ ୨୦୨୬ ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ସମ୍ବଲପୁର ସହର


ସମ୍ବଲପୁର, ୦୪, ଜାନୁଆରୀ (ହି.ସ.) - ସମ୍ବଲପୁର ଲୋକ ମହୋତ୍ସବ ଆୟୋଜନ ସମିତି ପକ୍ଷରୁ ରବିବାର ପୂର୍ବାହ୍ନରେ ଏକ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଏହି ଅବସରରେ ସମ୍ବଲପୁର ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ନୋଡାଲ ଅଧିକାରୀ ତଥା ମହାନଗର ନିଗମ କମିଶନର ରୋହନ ଖତ୍ରି ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଏହା ରାମଜୀ ଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡ଼ା, ଝାଡୁଆପଡ଼ା, ନନ୍ଦପଡ଼ା, ହାଟପଡ଼ା, ଦଲେଇପଡ଼ା, ମ୍ୟୁନସିପାଲଟି ଛକ ଦେଇ ଗଙ୍ଗାଧର ମଣ୍ଡପରେ ଶେଷ ହୋଇଥିଲା । ଶୋଭାଯାତ୍ରାରେ ମାଁ ସମଲେଶ୍ୱରୀଙ୍କ ପ୍ରତିକୃତି , ସ୍ୱାଗତ ତୋରଣ ସହ ବରଗାଁ କୀର୍ତନ ଦଳ, ଚକୁଳିର ସମ୍ପ୍ରଦା, ବାମରା କରମା ନୃତ୍ୟ, ନାକଟିଦେଉଳର କୃଷ୍ଣଗୁରୁ, ଜାଦୁଲୋଇସିଂର ଦଣ୍ଡ ନୃତ୍ୟ, ବୌଦ୍ଧର ମୟୂର ନାଚ, ବଡ଼ବଜାର ଭରନୀ କଳା ପରିଷଦର ଦୁଲଦୁଲି, ହୀରାକୁଦ ଜୟ ମାତାଦୀ ଘଂଟବାଦ୍ୟ ନୃତ୍ୟ ସାମିଲ ହୋଇଥିଲା । ଏଥିସହ ଲୋକ କଳାକାର ସମେତ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଦଳର କଳାକାର ମାନେ ସାମିଲ ହୋଇଥିଲେ । ନୃତ୍ୟାଙ୍ଗନା ମାନଙ୍କ ନୃତ୍ୟଛଟା ସହ ବାଦ୍ୟ ଶବ୍ଦରେ ସମ୍ବଲପୁର ସହର ଦୁଲୁକି ଉଠିଥିଲା । ବିଭିନ୍ନ ସ୍ଥାନରେ ଜନସାଧାରଣ ଶୋଭାଯାତ୍ରାକୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଥିଲା କ୍ଷ ଏଥିରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଆଇଏଏସ ପ୍ରବଶୋନାରୀ ଶୁଭ୍ରା ପଣ୍ଡା, ସଂସ୍କୃତି ଅଧିକାରୀ ଅମୃତଲାଲ ବେହେରା, ମହୋତ୍ସବ କମିଟି ସଂଯୋଜକ ଦୀପକ କୁମାର ପଣ୍ଡା, ସହ ସଂଯୋଜକ ସତ୍ୟ ରଞ୍ଜନ ବେହେରା, ଉପଦେଷ୍ଟା କମିଟି ସଦସ୍ୟ ପ୍ରଫୁଲ୍ଲ କୁମାର ହୋତା, ସୁଧୀର ରଞ୍ଜନ ବହିଦାର, ରାମଦାସ ପଣ୍ଡା, ସୂର୍ଯ୍ୟ ପାଣିଗ୍ରାହୀ, ଭୋଳା ମହତମ ଓ ସମୀର ରଞ୍ଜନ ବାବୁ, ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁଙ୍କ ସମେତ ବିଭିନ୍ନ ଉପସମିତିର ଆବାହକ, ସହ ଆବାହକ, ଆୟୋଜନ ସମିତିର ସଦସ୍ୟ ସଦସ୍ୟା ଓ କଳାକାର ମାନେ ଉପସ୍ଥିତ ଥିଲେ । ଏହି ସାଂସ୍କୃତିକ ଶୋଭାଯାତ୍ରାକୁ ବିଭିନ୍ନ ପଡାର ଯୁବକ ସଂଘ ଓ ମହିଳା ସମିତି ମାନେ ସ୍ୱାଗତ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande