ଭାଗୀରଥି ନେପାକଙ୍କ ଶ୍ରାଦ୍ଧ ଦିବସ ପାଳନ
ବଲାଙ୍ଗୀର, ୦୪ ଜାନୁଆରୀ(ହି.ସ.) – ଲେଖକମାନଙ୍କର ଲେଖନୀ ଏକ ଦୃଢ ମାଧ୍ୟମ ଅଟେ। ସେହି ମାଧ୍ୟମରେ ସତ୍ୟ, ଅହିଂସା ପ୍ରତିଷ୍ଠା କାଯାଇଇ ସମାଜକୁ ଦିଗ୍ ଦର୍ଶନ ଦିଆଯାଇ ପାରିବ ବୋଲି ଭାଗରଥି ନେପାକଙ୍କ କୋଡିଏ ତମ ଶ୍ରାଦ୍ଧ ଦିବସ ରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ ପୂଜ୍ୟ ପୂଜା ସେବା ସଂଗଠ
ଭାଗୀରଥି ନେପାକଙ୍କ ଶ୍ରାଦ୍ଧ ଦିବସ ପାଳନ


ଭାଗୀରଥି ନେପାକଙ୍କ ଶ୍ରାଦ୍ଧ ଦିବସ ପାଳନ


ବଲାଙ୍ଗୀର, ୦୪ ଜାନୁଆରୀ(ହି.ସ.) – ଲେଖକମାନଙ୍କର ଲେଖନୀ ଏକ ଦୃଢ ମାଧ୍ୟମ ଅଟେ। ସେହି ମାଧ୍ୟମରେ ସତ୍ୟ, ଅହିଂସା ପ୍ରତିଷ୍ଠା କାଯାଇଇ ସମାଜକୁ ଦିଗ୍ ଦର୍ଶନ ଦିଆଯାଇ ପାରିବ ବୋଲି ଭାଗରଥି ନେପାକଙ୍କ କୋଡିଏ ତମ ଶ୍ରାଦ୍ଧ ଦିବସ ରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଉପଲକ୍ଷେ ପୂଜ୍ୟ ପୂଜା ସେବା ସଂଗଠନ ଦ୍ୱାରା ଆୟୋଜିତ ସଭାରେ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜେନ୍ଦ୍ର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ ମୁଖ୍ୟ ଅତିଥି ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଭାଗିରଥି ନେପାକଙ୍କ ପାଣ୍ଡୁଲିପି ଗୁଡିକୁ ପ୍ରକାଶିତ କରି ପାରିଲେ ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସଭାର ସୁରେନ୍ଦ୍ର ନେପାକ ଭାଗରଥି ନେପାକଙ୍କ ପାଣ୍ଡୁିଲିପି ଉପରେ ଆଲୋପକାତ କରି ତାଙ୍କ ପ୍ରତି ଅତି ଆହୁରି ଗବେଷାର ଆବଶ୍ୟକତା ଅଛି ବୋଲି କହିଥିଲେ। ଏହି ସମାରୋହରେ ଡ. ଗୋବର୍ଦ୍ଧନ ନାୟକଙ୍କୁ ସରସ୍ୱତୀ ପୁତ୍ର ଭାଗିରଥି ନେପାକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଆଦର୍ଶ ଶିକ୍ଷକ ପ୍ରାଣବନ୍ଧୁ ନାୟକ ଓ ତାଙ୍କ ଧର୍ମପତ୍ନୀ ଙ୍କ ଆରୋଗ୍ୟ କାମନା କରାଯାଇଥିବା ବେଳେ ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ସଭ୍ୟ ସୁଧିର କୁମାର ମିଶ୍ରଙ୍କ ପରଲୋକରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସଭା ଆରମ୍ଭରେ ଡ. ପ୍ରେମଚାନ୍ଦ ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ ଓ ମଧୁ ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଚୁଡେନ୍ଦ୍ର ବେହେରା, ସୁନାଧର ବନଛୋର, ଅବନାଶ ନେପାକ, ଶୁଭମ କୁମାର ସାହୁ, ଜିତେନ୍ଦ୍ର ସୁନା, ମାଳତୀ ଉଦ୍‌?ଗାତା, ବିଶ୍ୱନାଥ ମିଶ୍ର, କସ୍ତୁରୀ ରଥ, ଅନୁପ୍ରିୟା ମିଶ୍ର, ରାଜଶ୍ରୀ ତ୍ରିପାଠି, ଚନ୍ଦ୍ରମା ହୋତା, ରତ୍ନମୟ ତ୍ରିିପାଠି ଓ ମଦନ ମୋହନ ରଥ। ଶେଷରେ ଡା. ଅଶୋକ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande