
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ନୂଆଦଳ
ହେଲେ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି କହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ
ଜେନା । ନବୀନ ପଟନାୟକ କହିଛନ୍ତି ବିଜେଡି 100 ବର୍ଷ ବଂଚିବ । ଦଳରେ ଏବେ ବି ଯେତିକି ନେତା
ଅଛନ୍ତି ସମସ୍ତେ ନବୀନଙ୍କ ନେତୃତ୍ୱ ପ୍ରତି ସମ୍ମାନ ଅଛି । ତେଣୁ ନୂଆ ଦଳ ହେଲେ ବି କୌଣସି
ପ୍ରଭାବ ପଡ଼ିବନି । ସବୁ ଦଳରେ ଅସନ୍ତୁଷ୍ଟ ଅଛନ୍ତି । ଯଦି କିଏ ଅସନ୍ତୁଷ୍ଟ ଅଛନ୍ତି ତାଙ୍କୁ ଦଳ
ବୁଝାଇବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା