
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ମହମ୍ମଦ ମୋକିମ୍ ନୂଆ ଦଳ ଗଠନ ନେଇ ସଂକେତ ଦେବା
ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମହମ୍ମଦ ମୋକିମଙ୍କୁ କଂଗ୍ରେସ ଦଳ
ବାହାର କରିଛି । ତେଣୁ ସେ ନିଶ୍ଚିତ ଭାବେ କଂଗ୍ରେସରୁ କିଛି ଅସନ୍ତୁଷ୍ଟ ଲୋକଙ୍କୁ ନେଇ ନୂଆ ଦଳ
ଗଠନ ପାଇଁ ଚେଷ୍ଟା କରିବେ । ତେଣୁ ଦଳ ତିଆରି କରନ୍ତୁ । ଦଳ ତିଆରି କରିବା ପାଇଁ କାହାକୁ ମନା
ନାହିଁ । ହେଲେ ଦଳ ତିଆରି କଲେ କଣ ଆଭିମୁଖ୍ୟ ରହିବ, ଲୋକଙ୍କ ଭିତରେ
କେତେ ଗ୍ରହନୀୟତା ହେବ । ଏହାସହ ସେ ଦଳର ନେତୃତ୍ବ କିଏ ନେବ ଏ ସବୁ ଲମ୍ବା ପ୍ରକ୍ରିୟା ।
ଅତୀତରେ ମଧ୍ୟ ଅନେକ ଦଳ ଗଠନ ହୋଇଛି । ଅନେକ ବଡ଼ ବଡ଼ ନେତା ମଧ୍ୟ ଫେଲ ହୋଇଛନ୍ତି । ହେଲେ ଯେତେ
ଦଳ ଗଠନ ହେଉ, ରାଜ୍ୟର ବିକାଶ ସମସ୍ତଙ୍କ ଲକ୍ଷ୍ୟ ହେବା ଉଚିତ । ତେଣୁ
ନୂଆ ଦଳ କେତେ ସଫଳ ହେବ କି ବିଫଳ ହେବ ତାହା ରାଜ୍ୟବାସୀ ଭୋଟ ଜରିଆରେ ସ୍ପଷ୍ଟ କରିବେ । ତେବେ
ନୂଆ ଦଳ କରିବା ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ ଆସିନାହିଁ । ବିଜେପି ଓ କଂଗ୍ରେସ ଦକ୍ଷିଣ ମେରୁ
- ଉତ୍ତର ମେରୁ ସଦୃଶ । ତେଣୁ କଂଗ୍ରେସରୁ ବାହାରି କେହି ଜଣେ ନୂଆ ଦଳ କଲେ ବିଜେପି ଉପରେ କୌଣସି
ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ବିଜେଡ଼ି ଏହା ଉପରେ କିଛି କହିପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା