
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ଆମ ବସ୍ ଦୁର୍ଘଟଣାକୁ ନେଇ ବିଜେପିର ପ୍ରତିକ୍ରିୟା ।
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ଯେ, ଯେଉଁ
ଡ୍ରାଇଭର ମାନେ ବସ ଚଳାଉଛନ୍ତି, ଅତ୍ୟନ୍ତ ସତର୍କତା
ସହ ଗାଡ଼ି ଚଳାଇବା ଉଚିତ୍ । ଯେମିତି ସାଧାରଣ ଲୋକ କ୍ଷତିଗ୍ରସ୍ତ ନେବେ ନାହିଁ । ଲୋକଙ୍କ ଭିତରେ
ମଧ୍ୟ ଅସନ୍ତୋଷ ଅଛି । ବିଗତ ସରକାରରେ ମନ ଇଚ୍ଛା ଡ୍ରାଇଭର ମାନଙ୍କୁ ରଖାଯାଇଥିଲା । କାହାର
ଲାଇସେନ୍ସ ଥିଲା, ତ କାହାର ଲାଇସେନ୍ସ ନଥିଲା । କିଏ ଗାଡ଼ି ଚଳାଇବା
ବେଳେ ମଦ୍ୟପାନ କରୁଥିଲେ । ଯାହାଦ୍ବାରା ଅତୀତରେ ମଧ୍ୟ ବହୁତ ଦୁର୍ଘଟଣା ଘଟିଥିଲା ଆଉ ଏବେ ମଧ୍ୟ
ଘଟୁଛି । ତେଣୁ ସେମାନଙ୍କୁ କାଢି ତାଲିମ ପ୍ରାପ୍ତ ଡ୍ରାଇଭରଙ୍କୁ ରଖାଯାଉ । ଗତ ବୈଠକରେ ଏ ନେଇ
ପ୍ରସ୍ତାବ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ । ଏହାସହ ରାସ୍ତାରେ ଗଲା ବେଳେ ବସ ଭଳି ବଡ଼
ଗାଡ଼ି ସତର୍କତାର ସହ ଚାଲନ୍ତୁ ଯେମିତ ଦୁର୍ଘଟଣା ଘଟିବ ନାହିଁ । ଏହା ଉପରେ ବିଶେଷ ଦୃଷ୍ଟି
ଦେବାର ଆବଶ୍ୟକତା ଅଛି । ଏହା ଉପରେ କଡା ପଦକ୍ଷେପ ନେବେ ସରକାର । ଡ୍ରାଇଭର ମାନଙ୍କ ଲାଇସେନ୍ସ
ଯାଞ୍ଚ କରିବା ସହ ମଦ୍ୟପାନ କରିଛନ୍ତି କି ନାହିଁ ଚେକ୍ କରାଯାଉଛି । ତା ସତ୍ତ୍ୱେ ମଧ୍ୟ
ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯିବା ଦୁଃଖଦାୟକ କଥା । ହେଲେ ଏହାକୁ ନେଇ ରାଜନୀତି କରିବା ମଧ୍ୟ
ଦୁଃଖଦାୟକ ବୋଲି କହି ବିରୋଧୀଙ୍କୁ ଜବାବ ଦେଇଛନ୍ତି ବିଜେପି ବିଧାୟକ । ସରକାର କେବେ ଚାହାନ୍ତି
ନାହିଁ ଦୁର୍ଘଟଣା ହୋଇ କୌଣସି ଲୋକଙ୍କ ଜୀବନ ଯାଉ ବୋଲି କହିଛନ୍ତି ବାବୁ ସିଂ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା