ବିଜେପି ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ କଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ
ନୂଆଦିଲ୍ଲୀ, 04 ଜାନୁଆରି (ହି.ସ.)- ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ନିତିନ୍ ନବୀନଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ସାକ୍ଷାତ କରିଛନ୍ତି। ସୋସିଆଲ୍ ମିଡିଆରେ ସେୟାର କରାଯାଇଥ
ବିଜେପି ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସାକ୍ଷାତ     କଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ


ନୂଆଦିଲ୍ଲୀ, 04 ଜାନୁଆରି (ହି.ସ.)- ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରୀ ନିତିନ୍

ନବୀନଙ୍କ ସହ ସୌହାର୍ଦ୍ଦପୂର୍ଣ୍ଣ ସାକ୍ଷାତ କରିଛନ୍ତି।

ସୋସିଆଲ୍ ମିଡିଆରେ ସେୟାର କରାଯାଇଥିବା ବାର୍ତ୍ତାରେ

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରୀ ନିତିନ୍ ନବୀନଙ୍କ ସହ ତାଙ୍କର ଆଲୋଚନା ସକାରାତ୍ମକ ଏବଂ

ପ୍ରେରଣାଦାୟକ ଥିଲା। ତାଙ୍କର ଦୂରଦର୍ଶୀ ନେତୃତ୍ୱ ଓ ଉର୍ଜାବାନ କାର୍ଯ୍ୟଶୈଳୀ ସଂଗଠନ ସେବା ଏବଂ

ରାଷ୍ଟ୍ର ଗଠନର ସାମୂହିକ ଯାତ୍ରାକୁ ଆହୁରି ସୁଦୃଢ଼ କରିବ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି।

କନକ ବର୍ଦ୍ଧନ ସିଂହଦେଓ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ଶ୍ରୀ

ନିତିନ୍ ନବୀନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ କାମନା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande