
ଭୁବନେଶ୍ୱର, 04 ଜାନୁଆରି (ହି.ସ.)- ବଞ୍ଚୋ ଗ୍ରାମପଂଚାୟତ ସ୍ଥିତ ଶ୍ରୀ ଶ୍ରୀ ଦଧିବାମନଜୀଉ
ମନ୍ଦିରର ପ୍ରତିଷ୍ଠା ଦିବସରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିବାରୁ କେନ୍ଦୁଝର ସାଂସଦଙ୍କୁ
ଧନ୍ୟବାଦ ଜଣାଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ମନ୍ତ୍ରୀ କହିଛନ୍ତି ଯେ, ଆଜି କେଉଁଝର ସାଂସଦ ଶ୍ରୀ ଅନନ୍ତ ନାୟକ ଏବଂ ତାଙ୍କ ସହଯୋଗୀମାନେ ମୋତେ
ଭେଟି କେଉଁଝର ଜିଲ୍ଲା ହାଟଡିହୀ ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମପଂଚାୟତ ସ୍ଥିତ ଶ୍ରୀ ଶ୍ରୀ
ଦଧିବାମନଜୀଉ ମନ୍ଦିରର ପ୍ରତିଷ୍ଠା ଦିବସ ଏବଂ ବଞ୍ଚୋ ମହୋତ୍ସବରେ ସାମିଲ ହେବା ନିମନ୍ତେ
ନିମନ୍ତ୍ରଣ କରିଥିବାରୁ ଅନେକ ଅନେକ ଧନ୍ୟବାଦ ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା