୧୬ ତମ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକୃତାମାଳା  ୨୦୨୬ ଅନୁଷ୍ଠିତ
ଭୁବନେଶ୍ୱର, 04 ଜାନୁଆରି (ହି.ସ.) ଜୀବ ହତ୍ୟା କରି ଖାଇବା ବା ଆନନ୍ଦ ନେବା କେତେ ଠିକ୍- ମେନକା ଗାନ୍ଧି - ଭୁବନେଶ୍ୱର ଜୟଦେବ ଭବନରେ ୧୬ ତମ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକୃତାମାଳା ୨୦୨୬ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍
୧୬ ତମ ରାଜକିଶୋର ନାୟକ ସ୍ମାରକୀ ଗାନ୍ଧୀ ବକୃତାମାଳା  ୨୦୨୬ ଅନୁଷ୍ଠିତ


ଭୁବନେଶ୍ୱର, 04 ଜାନୁଆରି (ହି.ସ.)

ଜୀବ ହତ୍ୟା କରି ଖାଇବା ବା ଆନନ୍ଦ ନେବା କେତେ ଠିକ୍- ମେନକା ଗାନ୍ଧି

- ଭୁବନେଶ୍ୱର ଜୟଦେବ ଭବନରେ ୧୬ ତମ ରାଜକିଶୋର ନାୟକ

ସ୍ମାରକୀ ଗାନ୍ଧୀ ବକୃତାମାଳା ୨୦୨୬ ଅନୁଷ୍ଠିତ

ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପ୍ରାଣୀ ପ୍ରେମୀ

ମାନେକା ଗାନ୍ଧୀ, ଦେବୀ ପ୍ରସନ୍ନ

ପଟ୍ଟନାୟକ, ଗାନ୍ଧୀବାଦୀ ପ୍ରହଲ୍ଲାଦ ସିନ୍ଧା , ନିବେଦିତା ମହାନ୍ତି, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ

ଉପସ୍ଥିତ ଥିଲେ। ଗାନ୍ଧୀଜୀ ଓ ପ୍ରାଣୀ କଲ୍ୟାଣ ସମ୍ପର୍କରେ ଆଲୋଚନା ହୋଇଛି। ଜୀବ ଦୟା ଓ ଅହିଂସା ସମ୍ପର୍କରେ ଦିର୍ଘ ସମୟ ଧରି ନିଜ ମତ

ରଖିଛନ୍ତି ମାନେକା ଗାନ୍ଧୀ।

ଆଜି ସମାଜରେ ପ୍ରାଣୀ ଓ ପଶୁମାନଙ୍କୁ ଉପରେ ଅତ୍ୟାଚାର ବଢୁଛି। କେରଳ ୨୮ ହଜାର କଂସେଇ ଖାନା ଥିବା ବେଳେ ଉତ୍ତର

ପ୍ରଦେଶରେ ୨୦ ହଜାର କଂସେଇ ଖାନା ରହିଛି ଏହା ସୂଚାଉଛି ଆମେ ନିରୀହ ଜୀବର ଜୀବନ ନେଇ ଆମିଷ ଭୋଜନ

କରୁଛନ୍ତି। ଯେଉଁମାନେ ପ୍ରାଣୀମାନଙ୍କ ପାଇଁ ନିଷ୍ଠୁର ବା ହିଂସ୍ର ହୁଅନ୍ତି, ସେମାନେ ମଣିଷ ପାଇଁ ମଧ୍ୟ ନିଷ୍ଠୁର ବା ହିଂସ୍ର ଅଟନ୍ତି। ଯେଉଁ ସରକାର ପ୍ରାଣୀ ଓ ପଶୁସମ୍ପଦ ସୁରକ୍ଷା

ପାଇଁ ଉଦ୍ୟମ କରେ ସେହି ସରକାର ଲୋକମାନଙ୍କ ସୁରକ୍ଷା ପାଇଁ ମଧ୍ୟ କାମ କରେ । ଆମେ ଯଦି ଛୋଟ

ପିଲାକୁ ମାରିବାରୁ ନାହାନ୍ତି ତେବେ ଛୋଟ ବାଛୁରୀ, ଛୋଟ ମାଙ୍କଡ , ଛୋଟ କୁକୁର ଓ ଛୋଟ ଛେଳିକୁ କିପରି ମାରୁଛେ । ଅନେକ କୁକୁଡ଼ା , ମାଛ, ଛେଳି କୁ ମାରି ଖାଉଛନ୍ତି ।

ଜୀବ ହତ୍ୟା କରି ଖାଇବା ବା ଆନନ୍ଦ ନେବା କେତେ ଠିକ୍? ଏହା କଣ ଭାରତୀୟ ସଂସ୍କୃତି? ଆମ ଖାଦ୍ୟ ଆମିଷ ନୁହେଁ ଆମେ ନିରାମିଷ ଭୋଜନ କରିବା

ଆବଶ୍ୟକ। ସମାଜରେ ଅହିଂସା ସହ ବଞ୍ଚିବାର ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଦେଇଛନ୍ତି ମାନେକା

ଗାନ୍ଧୀ। ଜୀବ ହତ୍ୟା ରୋକିବା ପାଇଁ ଆହ୍ବାନ

ଦେଲେ ମାନେକା ଗାନ୍ଧୀ । ଛେଳି ହତ୍ୟା କରୁ ନଥିବା ଲୋକ ୫୦ ହଜାର ଟସର ପୋକକୁ ମାରି ସେଥିରି

ତିଆରି ଶାଢୀ ପିନ୍ଧନ୍ତି ଏହା କଣ ମାନବିକତା ? ଏହାକୁ ଅହିଂସା ବୋଲି ଆମେ କେମିତି କହିବା ବୋଲି

ପ୍ରଶ୍ନ କରିଛନ୍ତି?

ପଶୁ ଉପରେ ଅତ୍ୟାଚାର ଓ ଶୋଷଣ ହେଲେ ସେମାନେ ସ୍ବର ଉଠାଇ ପାରନ୍ତି

ନାହିଁ ତେଣୁ ପଶୁ ସମ୍ପଦ ଉପରେ ଅତ୍ୟାଚାର ନ କରିବା ହଁ ମାନବିକତା ଓ ଅହିଂସା ଏହା ଗାନ୍ଧୀ

ଚିନ୍ତା।

ଓଡ଼ିଶାର କଳାହାଣ୍ଡି ଭବାନୀପାଟଣାରେ ଆଜିବି ବଳି ପ୍ରଥା ରହିଛି

। ଆମେ କାଳୀ ମାତାଙ୍କୁ କଣ ଭୋଗ କରୁ ରକ୍ତ, ମାଂସ, ପୂଜା କରୁ ଏହା କଣ

ଆମ ପରମ୍ପରା?

ଆମ ମନ ନରମ କିନ୍ତୁ ଆମେ ଆମ ହୃଦୟରେ ଯେଉଁ କଠୋ ପରଦା ପକାଇ ଦେଉଛେ

ତାହା ଗ୍ରହଣୀୟ ନୁହେଁ।

ହିନ୍ଦୁ, ମୁସଲମାନ ବା ଖ୍ରୀଷ୍ଟିଆନ୍ କୌଣସି ଧର୍ମରେ ନାହିଁ

ଆମିଷ ଭୋଜନ କରିବାର ନିୟମ ନାହିଁ । କିନ୍ତୁ ସବୁ ଧର୍ମର ଲୋକ ପଶୁ ହତ୍ୟା କରି ଆମିଷ ବା ମାଂସ

ଭୋଜନ କରୁଛନ୍ତି ଏହା ଅହିଂସା କି ବୋଲି ପ୍ରଶ୍ନ କରିଛନ୍ତି ମାନେକା ଗାନ୍ଧୀ । କାର୍ଯ୍ୟରେ ଦେବୀ

ପ୍ରସାଦ ମିଶ୍ର, ରାଜ୍ୟ ସଭା ସାଂସଦ ସୁଲତାନ ଦେଓ , ପ୍ରତାପଜେନା, ବହୁ ବରିଷ୍ଠ ନେତା

ଓ ବୁଦ୍ଧିଜୀବି ସାମିଲ ହୋଇଥିଲେ । ରାଜ କିଶୋର ନାୟକ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande