ଶ୍ରୀଜଗନ୍ନାଥଙ୍କ ଶରଣରେ କଂସ ମହାରାଜ
ପୁରୀ, ୦୪ ଜାନୁଆରି (ହି.ସ.) - ବରଗଡ ଧନୁଯାତ୍ରାରେ ଦୀର୍ଘ ୧୧ ଦିନ ଧରି କମ୍ପୁଥିଲା ମଂଚ। କଂସ ମହାରାଜାଙ୍କ ହସ କମ୍ପୁଥିଲା ଗଗନ ପବନ । ମହାରାଜ କଂସଙ୍କ ରାଜୁତି ଚାଲିଥିଲା । ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଅନେକ ରାକ୍ଷସଙ୍କୁ ଛନ୍ଦ ବେଶରେ ପଠାଇ ନିହତ ହୋଇଥିଲେ । ଶେଷରେ କୃଷ୍ଣ ବଳରାମ ରଥରେ କ
ଶ୍ରୀଜଗନ୍ନାଥଙ୍କ ଶରଣରେ କଂସ ମହାରାଜ


ଶ୍ରୀଜଗନ୍ନାଥଙ୍କ ଶରଣରେ କଂସ ମହାରାଜ


ପୁରୀ, ୦୪ ଜାନୁଆରି (ହି.ସ.) - ବରଗଡ ଧନୁଯାତ୍ରାରେ ଦୀର୍ଘ ୧୧ ଦିନ ଧରି କମ୍ପୁଥିଲା ମଂଚ। କଂସ ମହାରାଜାଙ୍କ ହସ କମ୍ପୁଥିଲା ଗଗନ ପବନ । ମହାରାଜ କଂସଙ୍କ ରାଜୁତି ଚାଲିଥିଲା । ଶ୍ରୀକୃଷ୍ଣଙ୍କୁ ହତ୍ୟା କରିବା ପାଇଁ ଅନେକ ରାକ୍ଷସଙ୍କୁ ଛନ୍ଦ ବେଶରେ ପଠାଇ ନିହତ ହୋଇଥିଲେ । ଶେଷରେ କୃଷ୍ଣ ବଳରାମ ରଥରେ କଂସଙ୍କ ଦରବାରରେ ପହଂଚିଥିଲେ । କଂସ ମଂଚ ଉପରେ ବସି ଶ୍ରୀକୃଷ୍ଣଙ୍କୁ ଦେଖି ମଂଚରୁ ପଡି ମୃତ୍ୟୁବରଣ କରିଥିଲେ । ଶ୍ରୀକୃଷ୍ଣଙ୍କୁ ଅନେକ ଗାଳିଗୁଲଜ କରିଥିଲେ କଂସ । ଏହାଥିଲା ମଂଚ ମୋହମାୟାର ନାଟକ । ଯାତ୍ରା ସରିବା ପରେ ସ୍ୱାଭାବିକ ଅବସ୍ଥାକୁ ଫେରିଥିଲେ କଂସ ମହାରାଜ ସୁଶିଲ କୁମାର ମେହେର। ମାନବ ଦେହ ଧରି ଭଗବାନଙ୍କୁ ଗାଳି କରିଥିବାରୁ ବରଗଡରୁ ସିଧା ଶ୍ରୀକ୍ଷେତ୍ର ଆସିଥିଲେ । ମହୋଦଧିରେ ସ୍ନାନ କରି ପଇତା ବିସର୍ଜନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିଥିଲେ । ପରେ ଗୋବର୍ଦ୍ଧନ ପୀଠକୁ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଆଶିଷ ଭିକ୍ଷା କରିଥିଲେ। ସେଠାରୁ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କ ଆଗରେ ଦର୍ଶନ କରି ଶରଣାପନ୍ନ ହୋଇଥିଲେ । ଭଗବାନଙ୍କୁ ଗାଳି ଦେଇଥିବା ପାପର ପ୍ରାୟଶ୍ଚିତ କରି ନିଜର କର୍ମକ୍ଷେତ୍ରକୁ ଫେରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande