
ନୂଆଦିଲ୍ଲୀ, ୦୬ ଜାନୁଆରି (ହି.ସ.) - ସାବରବତୀ ହଷ୍ଟେଲ ବାହାରେ ଆପତିଜନକ ଏବଂ ଉତେଜନାମୂଳକ ସ୍ଲୋଗାନ ଦେବା ସମ୍ପର୍କରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ସୁରକ୍ଷା ବିଭାଗ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛି । ଏହି ଘଟଣାଟି ସୋମବାର (୫ ଜାନୁୟାରୀ) ରାତିରେ ଘଟିଥିଲା ଏବଂ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ଜେଏନୟୁ ସୁରକ୍ଷା ବିଭାଗ ଆଜି ବସନ୍ତକୁଞ୍ଜ (ଉତର) ପୋଲିସ ଷ୍ଟେସନ ଇନଚାର୍ଜଙ୍କୁ ଚିଠି ପଠାଇ ଏହି ସମ୍ପର୍କରେ ଏକ ଏଫଆଇଆର ପଂଜିକରଣ କରିବକୁ ଦାବି କରିଛି । ଚିଠିରେ କୁହାଯାଇଛି ଯେ, ଜାନୁୟାରୀ ୫ ତାରିଖ ରାତି ପ୍ରାୟ ୧୦ଟାରେ ସାବରମତୀ ହଷ୍ଟେଲ ବାହାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜାନୁୟାରୀ ୫, ୨୦୨୦ରେ ଜେଏନୟୁରେ ଘଟିଥିବା ହିଂସାର ଷଷ୍ଠ ବାର୍ଷିକୀ ପାଳନ କରାଯିବାର ରିପୋର୍ଟ ଆସିଥିଲା । ଏହି କାର୍ଯ୍ୟକ୍ରମର ଶୀର୍ଷକ ଥିଲା ଗୋରିଲା ଢ଼ାବା ସହିତ ପ୍ରତିରୋଧର ଏକ ରାତି ଏବଂ ଏଥିରେ ପ୍ରାୟ ୩୦-୩୫ ଜଣ ଛାତ୍ର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମଟି ବିଶ୍ୱବିଦ୍ୟାଳୟର ଛାତ୍ର ସଂଘ ଦ୍ୱାରା ଆୟୋଜିତ ହୋଇଥିଲା ।
ଚିଠି ଅନୁଯାୟୀ, ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରମ କେବଳ ମୃତ୍ୟୁ ବାର୍ଷିକୀ ପାଳନ କରିବାରେ ସୀମିତ ଥିବା ପରି ମନେ ହେଉଥିଲା । ତଥାପି ଉମର ଖାଲିଦ ଏବଂ ଶରଜିଲ ଇମାମଙ୍କ ଜାମିନ ଆବେଦନ ଉପରେ ନ୍ୟାୟିକ ରାୟ ଆସିବା ପରେ କାର୍ଯ୍ୟକ୍ରମର ସ୍ୱର ପରେ ବଦଳିଯାଇଥିଲା ।
ଅଭିଯୋଗ ହୋଇଛି ଯେ, କିଛି ଛାତ୍ର ଅତ୍ୟନ୍ତ ଆପତିଜନକ, ଉତେଜନାପୂର୍ଣ୍ଣ ଏବଂ ଉତେଜକ ସ୍ଲୋଗାନ ଦେଇଥିଲେ, ଯାହା ସୁପ୍ରିମକୋର୍ଟଙ୍କ ଅବମାନନା । ଚିଠିରେ ନଅ ଜଣ ଛାତ୍ରଙ୍କ ନାମ ମଧ୍ୟ ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ