ଜୟଶଙ୍କର ଲକଜମବର୍ଗର ପ୍ରଧାନମନ୍ତ୍ରୀଙ୍କ ସହିତ କଲେ ସାକ୍ଷାତ
ଲକ୍‌ଜମବର୍ଗ ସିଟି, ୦୬ ଜାନୁଆରୀ(ହି.ସ.) – ବିଦେଶ ମନ୍ତ୍ରୀ, ଡା. ଏସ୍‌. ଜୟଶଙ୍କର ମଙ୍ଗଳବାର ଦିନ ଲକ୍‌ଜମର୍ଗର ପ୍ରଧାନମନ୍ତ୍ରୀ ଲ୍ୟୁକ ଫ୍ରିଡେନଙ୍କ ସହିତ ସାକ୍ଷାତ କରିଛନ୍ତି ଏବଂ ତାଙ୍କୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଶୁଭକାମନା ଦେଇଛନ୍ତି। ବିଦେଶ ମନ୍ତ୍ରୀ ବର୍ତମାନ ଲକ୍‌ଜମବର୍ଗର
ଜୟଶଙ୍କର ଲକଜମବର୍ଗର ପ୍ରଧାନମନ୍ତ୍ରୀଙ୍କ ସହିତ କଲେ ସାକ୍ଷାତ


ଲକ୍‌ଜମବର୍ଗ ସିଟି, ୦୬ ଜାନୁଆରୀ(ହି.ସ.) – ବିଦେଶ ମନ୍ତ୍ରୀ, ଡା. ଏସ୍‌. ଜୟଶଙ୍କର ମଙ୍ଗଳବାର ଦିନ ଲକ୍‌ଜମର୍ଗର ପ୍ରଧାନମନ୍ତ୍ରୀ ଲ୍ୟୁକ ଫ୍ରିଡେନଙ୍କ ସହିତ ସାକ୍ଷାତ କରିଛନ୍ତି ଏବଂ ତାଙ୍କୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଶୁଭକାମନା ଦେଇଛନ୍ତି।

ବିଦେଶ ମନ୍ତ୍ରୀ ବର୍ତମାନ ଲକ୍‌ଜମବର୍ଗର ଗସ୍ତରେ ଅଛନ୍ତି। ଏକ ଏକ୍ସ ପୋଷ୍ଟରେ ସେ କହିଛନ୍ତି ଯେ ଏହି ସାକ୍ଷାତକାର ସମୟରେ ସେ ବିତିୟ ସେବା, ନିବେଶ, ପ୍ରୌଦ୍ୟୋଗିକୀ ଏବଂ ନବାଚାରର କ୍ଷେତ୍ରରେ ବୃଦ୍ଧି ହୋଇଥିବା ସହଯୋଗ ଉପରେ କଥା ହୋଇଛନ୍ତି। ସେ ପ୍ରଧାନମନ୍ତ୍ରୀ ଫ୍ରିଡେନଙ୍କ ଭାରତ ୟୁରୋପୀୟ ସଂଘର ମଜଭୁତ ସମ୍ବନ୍ଧ ପାଇଁ ତାଙ୍କ ସମର୍ଥନର ଧନ୍ୟବାଦ ଦେଇଛନ୍ତି।

ଉଲ୍ଲେଖନୀୟ ଯେ ବିଦେଶ ମନ୍ତ୍ରୀ ଡା. ଜୟଶଙ୍କର ୪ରୁ ୧୦ ଜାନୁଆରୀ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ଏକ୍‌ଜମବର୍ଗର ଆଧିକାରିକ ଗସ୍ତରେ ଅଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande