ବିଶାଖା ରିଫାଇନାରୀର ଅବଶେଷ ଉନ୍ନୟନ ସୁବିଧାର ପ୍ରଶଂସା କଲେ ପିଏମ ମୋଦି
ନୂଆଦିଲ୍ଲୀ, 06 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ର ବିଶାଖ ରିଫାଇନୋରେ ଅବଶେଷ ଉନ୍ନୟନ ସୁବିଧା (ରେସିଡ୍ୟୁ ଅପଗ୍ରେଡେସନ ଫ୍ୟାସିଲିଟି) ର ସଫଳ କମିଶନିଂକୁ ସ୍ୱାଗତ
ପିଏମ ମୋଦି


ନୂଆଦିଲ୍ଲୀ, 06 ଜାନୁଆରି (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର

ବିଶାଖାପଟ୍ଟନମରେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ର ବିଶାଖ ରିଫାଇନୋରେ

ଅବଶେଷ ଉନ୍ନୟନ ସୁବିଧା (ରେସିଡ୍ୟୁ ଅପଗ୍ରେଡେସନ ଫ୍ୟାସିଲିଟି) ର ସଫଳ କମିଶନିଂକୁ ସ୍ୱାଗତ

କରିଛନ୍ତି। ସେ ଏହାକୁ ଉର୍ଜା ସୁରକ୍ଷା ଏବଂ ଆତ୍ମନିର୍ଭର ଭାରତ ଦିଗରେ ଗୋଟିଏ ବଡ଼ ପଦକ୍ଷେପ ବୋଲି

କହିଛନ୍ତି। ଏହି ସୁବିଧା ରିଫାଇନାରୀରେ ଅବଶିଷ୍ଟ ଥିବା ଭାରୀ ତେଲ (ରେସିଡ୍ୟୁ) କୁ ଉତ୍ତମ

ଗୁଣମାନର ପେଟ୍ରୋଲ ଏବଂ ଡିଜେଲରେ ପରିଣତ କରିବ।

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସୋସିଆଲ ମିଡିଆ ‘ଏକ୍ସ’

ପୋଷ୍ଟକୁ ରିପୋର୍ଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଏହି ଅତ୍ୟାଧୁନିକ

ସୁବିଧା ଆମ ଉର୍ଜା ସୁରକ୍ଷା ବୃଦ୍ଧି କରିବା ପ୍ରୟାସକୁ ନୂଆ ଗତି ଦେବ ଏବଂ ଏହି କ୍ଷେତ୍ରରେ

ଆମକୁ ଆତ୍ମନିର୍ଭର କରିବ।

ଉଲ୍ଲେଖନୀୟ ଯେ, ଏହି ଅବଶେଷ ଉନ୍ନୟନ ସୁବିଧା ରିଫାଇନାରୀ ଆଧୁନିକୀକରଣ ପ୍ରକଳ୍ପର

ଗୋଟିଏ ଅଂଶ। ଏହାର କ୍ଷମତା ପ୍ରତିବର୍ଷ ୩.୫୫ ମିଲିୟନ ଟନ୍ ଓ ଏଥିରେ ବିଶ୍ୱର ସବୁଠାରୁ ବଡ଼ ଏଲସି-ମାକ୍ସପ୍ରଯୁକ୍ତିର

ବ୍ୟବହାର କରାଯାଇଛି। ଏହି ସୁବିଧା ଶସ୍ତା ଏବଂ ଭାରୀ ଅବଶେଷକୁ ୯୩ ପ୍ରତିଶତ ପର୍ଯ୍ୟନ୍ତ ଉଚ୍ଚ

ଗୁଣମାନର ପେଟ୍ରୋଲ-ଡିଜେଲ ପରି ଉତ୍ପାଦରେ ପରିଣତ କରିପାରିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande