ଜାନୁୟାରୀ 21-23 ଯାଏ ନିର୍ବାଚନ ପ୍ରବନ୍ଧନ ଗ୍ରୁପର ଅନ୍ତର୍ଜାତୀୟ ସମ୍ମିଳନୀ, ଲୋଗୋ ଜାରି
ନୂଆଦିଲ୍ଲୀ, 07 ଜାନୁଆରି (ହି.ସ.)- ନିର୍ବାଚନ କମିଶନ 21 ରୁ 23 ଜାନୁଆରୀ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍‌ରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅନ୍ ଡେମୋକ୍ରେସି ଏଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ (ଆଇଆଇଆଇସିଡିଇଏମ୍–2026) ର ଆୟୋଜନ କରିବାକୁ ଯାଉଛି। ତିନିଦିନିଆ ଏହି ସମ୍ମିଳନୀ
ଲୋଗୋ


ନୂଆଦିଲ୍ଲୀ, 07 ଜାନୁଆରି (ହି.ସ.)- ନିର୍ବାଚନ କମିଶନ 21 ରୁ 23 ଜାନୁଆରୀ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍‌ରେ ଇଣ୍ଡିଆ

ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅନ୍ ଡେମୋକ୍ରେସି ଏଣ୍ଡ ଇଲେକ୍ସନ୍ ମ୍ୟାନେଜମେଣ୍ଟ

(ଆଇଆଇଆଇସିଡିଇଏମ୍–2026) ର ଆୟୋଜନ କରିବାକୁ ଯାଉଛି।

ତିନିଦିନିଆ ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ବିଶ୍ୱ ସ୍ତରରେ ଗଣତନ୍ତ୍ର ଓ ନିର୍ବାଚନ

ପରିଚାଳନା ସହ ଜଡିତ ଚ୍ୟାଲେଞ୍ଜ, ନବୋନ୍ମେଷ ଏବଂ ସର୍ବୋତ୍ତମ ପ୍ରଥାମାନଙ୍କ

ଉପରେ ସାର୍ଥକ ଆଲୋଚନାକୁ ଆଗେଇ ନେବା।

ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଡେମୋକ୍ରେସି ଏଣ୍ଡ ଇଲେକ୍ସନ୍

ମ୍ୟାନେଜମେଣ୍ଟ (ଆଇଆଇଆଇଡିଇଏମ୍) ଏବଂ ଇଣ୍ଟରନ୍ୟାସନାଲ୍ ଆଇଡିଆର ସହଯୋଗରେ ଏହାର ଆୟୋଜନ

କରାଯାଉଛି। ଏହି ସନ୍ଦର୍ଭରେ ଆଜି ଦ୍ୱାରକାସ୍ଥିତ ଇନ୍‌ଷ୍ଟିଟ୍ୟୁଟ୍‌ରେ ଏକ ସାମ୍ବାଦିକ ସମ୍ମିଳନୀ

ଆୟୋଜିତ ହୋଇଥିଲା। ଯାହାକୁ ଇନ୍‌ଷ୍ଟିଟ୍ୟୁଟ୍‌ର ମହାନିର୍ଦ୍ଦେଶକ ରାକେଶ ବର୍ମା ସମ୍ବୋଧନ

କରିଥିଲେ।

ଏହି ଅବସରରେ ଆଇଆଇଆଇସିଡିଇଏମ୍–2026 ର ଲୋଗୋ ଲଞ୍ଚ କରାଯାଇଥିଲା। ବର୍ମା

କହିଥିଲେ ଯେ ଏହି ଲୋଗୋ ଗଣତନ୍ତ୍ର, ସହଭାଗିତା,

ସଂସ୍ଥାଗତ

ସତ୍ୟନିଷ୍ଠା ଏବଂ ଆନ୍ତର୍ଜାତୀୟ ସହଯୋଗର ମୂଲ୍ୟବୋଧକୁ ପ୍ରତିବିମ୍ବିତ କରେ। ସମଗ୍ର ଭାବେ ଏହି

ଲୋଗୋ ଏକ ସ୍ପଷ୍ଟ ବାର୍ତ୍ତା ଦିଏ ଯେ ଗଣତନ୍ତ୍ର ଲୋକମାନଙ୍କ ଦ୍ୱାରା ପରିଚାଳିତ,

ସଂସ୍ଥାମାନଙ୍କ

ଦ୍ୱାରା ସମର୍ଥିତ ଏବଂ ବିଶ୍ୱସ୍ତରରେ ସଂଯୁକ୍ତ — ଯେଉଁଥିରେ ଭାରତର ଭୂମିକା

କେନ୍ଦ୍ରୀୟ ଓ ଦାୟିତ୍ୱପୂର୍ଣ୍ଣ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande