
ନୂଆଦିଲ୍ଲୀ, 07 ଜାନୁଆରି (ହି.ସ.)- ବିଶ୍ୱ ହିନ୍ଦୁ ପରିଷଦ (ବିହିପ) ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)
ପରିସରରେ ଉତ୍ତେଜନାମୂଳକ ନାରାବାଜି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରିଛି। ବିହିପ
କହିଛି ଯେ ଏହି ଘଟଣାର ତଦନ୍ତ କରାଇ ଦୋଷୀମାନଙ୍କୁ ନ୍ୟାୟର କଠଗଡାରେ ଆଣିବା ଆବଶ୍ୟକ।
ବିହିପର ଆନ୍ତର୍ଜାତୀୟ ଅଧ୍ୟକ୍ଷ ଆଲୋକ କୁମାର ବୁଧବାର ଏକ ବିବୃତିରେ କହିଛନ୍ତି,
“ଗଣତନ୍ତ୍ର
ଓ ମତାମତ ପ୍ରକାଶର ସ୍ୱାଧୀନତା ମନମତା ଆଚରଣ କରିବା ପାଇଁ ଲାଇସେନ୍ସ ନୁହେଁ। କବର ଖୋଦିବା
ସମ୍ପର୍କିତ ନାରାଗୁଡ଼ିକ ଏପରି ଅଧିକାରର ଉଲ୍ଲଂଘନ। ଏହିପରି ନାରା ଦେଶବାସୀଙ୍କୁ ଆଭ୍ୟନ୍ତରୀଣ
ବିପଦଗୁଡ଼ିକର ସ୍ମରଣ କରାଏ ଏବଂ ଏହା ସୂଚିତ କରେ ଯେ ସ୍ୱାଧୀନତାର ମୂଲ୍ୟ ସଦା ସଚେତନ ରହିବାରେ
ରହିଛି।”
ବିବୃତିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ଓ ଅନ୍ୟମାନଙ୍କୁ ଲକ୍ଷ୍ୟ କରି ଦିଆଯାଇଥିବା
ଅଶ୍ଳୀଳ ନାରାମାନଙ୍କ ଦ୍ୱାରା ଜେଏନ୍ୟୁର ପବିତ୍ରତା ପୁଣିଥରେ ନଷ୍ଟ ହୋଇଛି। ଏଥର ଉତେଜନାର
କାରଣ ଭାବେ ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ଉମର ଖାଲିଦ ଓ ଶରଜିଲ୍ ଇମାମଙ୍କୁ ଜାମିନ୍ ମିଳିନଥିବାକୁ
ଉଲ୍ଲେଖ କରାଯାଇଛି।
ଧ୍ୟାନ ଦେବା ଯୋଗ୍ୟ ଯେ ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଛି ଯେ ଦୁହେିଙ୍କ ବିରୋଧରେ ଦଙ୍ଗାରେ
ସଂପୃକ୍ତ ଥିବା ସମ୍ପର୍କରେ ସିଧାସଳଖ ଏବଂ ପୁଷ୍ଟିକରଣଯୋଗ୍ୟ ପ୍ରମାଣ ଅଭିଯୋଗ ପକ୍ଷ ପାଖରେ
ରହିଛି। ସୁପ୍ରିମ୍ କୋର୍ଟ 2020 ମସିହାରେ ଦିଲ୍ଲୀରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ସୁନିୟୋଜିତ
ଆକ୍ରମଣ ପଛରେ ଥିବା ବଡ଼ ଷଡ଼ଯନ୍ତ୍ର ସହିତ ସଂପୃକ୍ତ ଅପରାଧମାନେ ମଧ୍ୟରେ ତାଙ୍କର କେନ୍ଦ୍ରୀୟ ଓ
ମୁଖ୍ୟ ଭୂମିକା ଉପରେ ଧ୍ୟାନ ଆକର୍ଷଣ କରିଛି।
ସେ କହିଛନ୍ତି ଯେ ଉମର ଓ ଶରଜିଲ୍ଙ୍କ ଉପରେ ଦେଶର ଏକତା ଓ ଭୌଗୋଳିକ ଅଖଣ୍ଡତା ବିରୋଧରେ
ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ରହିଛି। ଏହା ଏକ ଘୃଣିତ ଅପରାଧ। ସମସ୍ତଙ୍କ ପାଇଁ ଉଚିତ ହେବ ଯେ ମକଦ୍ଦମାର
ଅପେକ୍ଷା କରାଯାଉ, ଯେଉଁଠାରେ ଅଭିଯୁକ୍ତମାନେ ନିଜ ନିର୍ଦୋଷତା ପ୍ରମାଣ କରିବାର ସୁଯୋଗ
ପାଇବେ।
ବିହିପ ଅଧ୍ୟକ୍ଷ କହିଛନ୍ତି ଯେ ଧୈର୍ଯ୍ୟ ଧରିବା ପରିବର୍ତ୍ତେ ଲୋକେ ଅଧିରାତ୍ରିରେ ଜେଏନ୍ୟୁ
ପରିସରର ପରିବେଶକୁ ଖରାପ କରିବାର ଦୁଃସାହସ କରିଥିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ଲଜ୍ଜାଜନକ
ଏବଂ ଭୀରୁତାପୂର୍ଣ୍ଣ କାର୍ଯ୍ୟ ଅଟେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା