ଇମ୍ରାନ ଖାନ ପାର୍ଟି ସହ ଆଲୋଚନା କରିବାକୁ ପାକିସ୍ତାନ ସରକାର ପ୍ରସ୍ତୁତ
ଇସଲମାବାଦ, 08 ଜାନୁଆରି (ହି.ସ.)- ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ୍‌ ଶରିଫ୍‌ ସରକାର ଏବଂ ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଦଳ ପାକିସ୍ତାନ ତହରିକ୍‌-ଏ-ଇନସାଫ୍‌ (ପିଟିଆଇ) ମଧ୍ୟରେ ଆଲୋଚନା ପାଇଁ ଅନୁମତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସ୍ପିକର୍‌ ସର୍ଦାର ଅୟାଜ୍‌
ପାକିସ୍ତାନ ପ୍ରଧାନମନ୍ତ୍ରୀ


ଇସଲମାବାଦ, 08 ଜାନୁଆରି (ହି.ସ.)- ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ୍‌ ଶରିଫ୍‌ ସରକାର ଏବଂ ପଦଚ୍ୟୁତ

ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଦଳ ପାକିସ୍ତାନ ତହରିକ୍‌-ଏ-ଇନସାଫ୍‌ (ପିଟିଆଇ) ମଧ୍ୟରେ

ଆଲୋଚନା ପାଇଁ ଅନୁମତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସ୍ପିକର୍‌ ସର୍ଦାର ଅୟାଜ୍‌ ସାଦିକ୍‌ଙ୍କୁ

ଏହି ଆଲୋଚନାର ନେତୃତ୍ୱ କରିବାକୁ ଅଧିକୃତ କରିଛନ୍ତି। ସରକାରୀ ପ୍ରତିନିଧିମଣ୍ଡଳ ମଧ୍ୟ ଏଥିରେ

ସାମିଲ୍‌ ହେବ।

ଦୁନିଆ ନ୍ୟୁଜ୍‌ର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁଯାୟୀ,

ଆଲୋଚନା

କେବଳ ଚୟନିତ ପ୍ରତିନିଧିମାନଙ୍କ ସହିତ ହେବ। ସ୍ପୀକର କାର୍ଯ୍ୟାଳୟର ସୂତ୍ରମାନେ କହିଛନ୍ତି ଯେ

ଏପର୍ଯ୍ୟନ୍ତ କୌଣସି ପିଟିଆଇ ନେତା ଆଲୋଚନା ପାଇଁ ଔପଚାରିକ ଭାବେ ସମ୍ପର୍କ କରିନାହାନ୍ତି। ଯଦି

ବିରୋଧୀ ଦଳ ସମ୍ପର୍କ କରେ, ତେବେ ସ୍ପିକର୍‌ ଅୟାଜ୍‌ ସାଦିକ୍‌ ତୁରନ୍ତ

ବୈଠକ ଡାକିବେ। ଏହି ଆଲୋଚନା ସ୍ପିକରଙ୍କ ଚାମ୍ବରରେ ହେବ। ଉଲ୍ଲେଖନୀୟ ଯେ,

ପିଟିଆଇର

ସ୍ପିକରଙ୍କ ସହ ଶେଷ ବୈଠକ ମହମୁଦ୍‌ ଅଚକଜଇଙ୍କୁ ବିରୋଧୀ ଦଳନେତା ଭାବେ ନିଯୁକ୍ତ କରିବା

ସମ୍ପର୍କରେ ହୋଇଥିଲା।

ଏହା ମଧ୍ୟରେ, ପ୍ରଧାନମନ୍ତ୍ରୀଙ୍କ ରାଜନୈତିକ ବିଷୟର ପରାମର୍ଶଦାତା ଏବଂ ସେନେଟର୍‌

ରାଣା ସନାଉଲ୍ଲାହ୍‌ ଖାନ୍‌ କହିଛନ୍ତି ଯେ ସରକାର ବିରୋଧୀ ଦଳ ସହ ରାଜନୈତିକ ଆଲୋଚନା ଏବଂ

ଲୋକତନ୍ତ୍ରକୁ ଆଗେଇ ନେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ସେ କହିଛନ୍ତି ଯେ ଏବେ ଏହା

ପିଟିଆଇ ଉପରେ ନିର୍ଭର କରେ ଯେ ସେମାନେ ଆଲୋଚନା କରିବାକୁ ଚାହାନ୍ତି କି ନାହିଁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande