ଅରଡେଇ ନଦୀରେ ଗାଧୋଉଥିବା ବେଳେ ୩ ନାବାଳକ ନିଖୋଜ : ଜଣଙ୍କ ମୃତଦେହ ଉଦ୍ଧାର, ଜଣେ ଜୀବିତ ଉଦ୍ଧାର, ଅନ୍ୟ ଜଣଙ୍କ ସନ୍ଧାନ ଜାରି
ଚମ୍ପୁଆ, ୧୦ ଅକ୍ଟୋବର (ହି.ସ.)- ଚମ୍ପୁଆ ଉପଖଣ୍ଡସ୍ଥ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ତେଲି ଅର୍ଶଳା ନିକଟ ଅରଡେଇ ନଦୀରେ ଗାଧୋଉଥିବା ସମୟରେ ତିନି ଜଣ ନାବାଳକ ପିଲା ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଉଦ୍ବେଗ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ତିନି ଜଣ ପିଲା ନିକଟସ୍ଥ ଅ
ସନ୍ଧାନରେ ଅଗ୍ନିଶମ ବିଭାଗ କର୍ମଚାରୀ


ଚମ୍ପୁଆ, ୧୦ ଅକ୍ଟୋବର (ହି.ସ.)- ଚମ୍ପୁଆ ଉପଖଣ୍ଡସ୍ଥ ଝୁମ୍ପୁରା ବ୍ଲକ ଅନ୍ତର୍ଗତ ତେଲି ଅର୍ଶଳା ନିକଟ ଅରଡେଇ ନଦୀରେ ଗାଧୋଉଥିବା ସମୟରେ ତିନି ଜଣ ନାବାଳକ ପିଲା ନିଖୋଜ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ଓ ଉଦ୍ବେଗ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ତିନି ଜଣ ପିଲା ନିକଟସ୍ଥ ଅରଡେଇ ନଦୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣେ ପିଲାକୁ ସୁରକ୍ଷିତ ଭାବେ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଅନ୍ୟ ଜଣଙ୍କର ମୃତଦେହ ପାଣିରୁ ଉଦ୍ଧାର କରାଯାଇଛି। ତୃତୀୟ ପିଲାଟିର ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ପତ୍ତା ମିଳିପାରି ନଥିବା ଜଣାପଡିଛି । ନିଖୋଜ ଥିବା ତୃତୀୟ ପିଲାଟିକୁ ଖୋଜି ବାହାର କରିବା ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସନ୍ଧାନ ଅଭିଯାନ ଜାରି ରଖିଛନ୍ତି। ଏହି ମର୍ମନ୍ତୁଦ ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରିବାରବର୍ଗଙ୍କ କ୍ରନ୍ଦନରୋଳ ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରିଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande