
ସମ୍ବଲପୁର, ୧୦ ଅକ୍ଟୋବର(ହି.ସ.) – ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜମନକିରାର ମୁଣ୍ଢେନପାଲି ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ଉଦ୍ଘାଟନୀ ସଭାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ନାୟକ ସଭାପତିତ୍ୱ କରିଥିବାବେଳେ ସମ୍ମାନୀତ ଅତିଥି ଭାବରେ ସାନ୍ କୁଣ୍ଢେସରା କ୍ୟାମ୍ପର ପ୍ରଧାନ ଶିକ୍ଷକ ଟିକେଶ୍ୱର ପଟ୍ଟା ଏବଂ ଇନ୍ଦିରା ଗାନ୍ଧୀ ଆଂଚଳିକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସରୋଜ କୁମାର ଗଡ଼ତିଆ ଯୋଗ ଦେଇଥିଲେ। ମୁଣ୍ଢେନପାଲି କ୍ଲଷ୍ଟର ସିଆର୍ସିସି ସରୋଜ କୁମାର ନାଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୋଟ୍ ୮୦ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍, ବକ୍ତୃତା, ବିତର୍କ, ସୃଜନଶୀଳ ଲିଖନ, ହସ୍ତାକ୍ଷର, ସଙ୍ଗୀତ, ଗ୍ରୁପ୍ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ନୃତ୍ୟ ଏବଂ ସଙ୍ଗୀତ ପ୍ରତିଯୋଗୀତାର ବିଚାରକ ଭାବରେ ନୃତ୍ୟ ତଥା ସଙ୍ଗୀତ ଗୁରୁ ଅମିନ ଚନ୍ଦ୍ର ଖଣ୍ଡା ଯୋଗ ଦେଇଥିଲେ। ଉଦ୍ଯାପନୀ ସଭାରେ ଇନ୍ଦିରା ଗାନ୍ଧୀ ଆଂଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋପୀରଞ୍ଜନ ନାଥ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଶ୍ରଦ୍ଧାକର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଶୋକ ମାଝୀ ଯୋଗ ଦେଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷକ ବିରଂଚି ନାରାୟଣ ସୋହେଲା ଏବଂ ମଧୁମିତା ସାହୁ ପରିଚାଳନା କରିଥିଲେ। ଶିକ୍ଷକ ଅକ୍ଷୟ ଭୋଇ, ଦେବେନ୍ଦ୍ର ସାହୁ, ସାଗରିକା ଚଣ୍ଡିଆ, ଅନୁପମା ଖମାରୀ, ଆବେନାର୍ ତପନ୍, ଆଲୋକ କୁମାର ପଣ୍ଡା, ଅଞ୍ଜୁଲତା ବାଗ, ବିଷ୍ଣୁ ଚରଣ ବାଗ ପ୍ରମୁଖ ସହଯୋଗ କରିଥିଲେ। ବ୍ଲକ୍ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପାଇଁ ୧୪ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଥିଲେ। ମୁଣ୍ଢେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମୁକ୍ତେଶ୍ୱର ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ