ଭାଜପା ଏସସି ମୋର୍ଚ୍ଚାର ସନ୍ଥ ରବିଦାସ କଳସ ଯାତ୍ରା ଓ କାର୍ଯ୍ୟକର୍ତ୍ତା ସମାବେଶ
Kalas yatra of BJP SC Morcha
ଭାଜପା ଏସସି ମୋର୍ଚ୍ଚାର ସନ୍ଥ ରବିଦାସ କଳସ ଯାତ୍ରା ଓ


ଝାରସୁଗୁଡ଼ା, ୧୦ ଅକ୍ଟୋବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ସଙ୍ଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ଲକ୍ଷ୍ୟରେ ଶନିବାର ସନ୍ଥ ରବିଦାସ କଳସ ଯାତ୍ରା ଏବଂଏକ ସାଙ୍ଗଠନିକ କାର୍ଯ୍ୟକର୍ତ୍ତା ସମାବେଶ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ଝାରସୁଗୁଡ଼ା ଗୋଶାଳା ଛକସ୍ଥିତ ସ୍ୱାଧୀନତା ସଂଗ୍ରାମୀ ବିହାରୀ ଲାଲ୍ ତନ୍ତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଭକ୍ତିପୂତ ସଂକୀର୍ତ୍ତନ ଓ ଶୋଭାଯାତ୍ରା ମାଧ୍ୟମରେ ତାଙ୍କ ବାସଭବନରୁ ପବିତ୍ର ମାଟି ସଂଗ୍ରହ କରାଯାଇଥିଲା। ପରେ ବାଇପାସ ସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ଏକ ସାଙ୍ଗଠନିକ ସମାବେଶ ଅନୁଷ୍ଠିତ ହୋଇଥିଲା।

ଏହି ସମାବେଶକୁ ଜିଲ୍ଲା ପ୍ରଭାରୀ ଇଞ୍ଜିନିଅର ଭରତ ବେହେରା ଓ କାର୍ଯ୍ୟକାରୀ ସଭାପତି ମନୋଜ କାଲେତ ମୁଖ୍ୟ ପରିଚାଳନା କରି ଜିଲ୍ଲାର ସମସ୍ତ ୧୩ଟି ସାଙ୍ଗଠନିକ ମଣ୍ଡଳର ସଭାପତି ଓ ମୋର୍ଚ୍ଚା ପ୍ରମୁଖମାନଙ୍କୁ ଆନୁଷ୍ଠାନିକ ଭାବେ ପବିତ୍ର ରବିଦାସ କଳସ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଘୁନନ୍ଦନ ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ମଙ୍ଗଳ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲଳିତ ମଗର, ବରିଷ୍ଠ କାର୍ଯ୍ୟକର୍ତ୍ତା ଟିକେଶ୍ୱର ଜୟପୁରିଆଙ୍କ ସମେତ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ମନ୍ତ୍ରକୁ ପ୍ରତିଟି ବୁଥ୍ ପର୍ଯ୍ୟନ୍ତ ପହଞ୍ଚାଇବା ଏବଂ ସମାଜରେ ସାମାଜିକ ଓ ଏକତା ପ୍ରତିଷ୍ଠା କରିବା ପାଇଁ ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିଲା। ଭାଜପା ଏସସି ମୋର୍ଚ୍ଚାର ଏହି ସଫଳ ପ୍ରୟାସକୁ ସ୍ଥାନୀୟ ଜନସାଧାରଣ ଓ ନେତୃବୃନ୍ଦଙ୍କ ମଧ୍ୟରେ ଉଚ୍ଚ ପ୍ରଶଂସା କରାଯାଇଛି।କାର୍ଯ୍ୟକ୍ରମରେ ଭାଜପା ସଭାପତି ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande