ମା' ସମଲେଶ୍ୱରୀଙ୍କ ଦର୍ଶନ ପରେ ରାଜ୍ୟପାଳଙ୍କ ହୀରାକୁଦ ଡ୍ୟାମ୍ ପରିଦର୍ଶନ
ସମ୍ବଲପୁର, ୧୦ ଅକ୍ଟୋବର(ହି.ସ.) – ପବିତ୍ର ମହାଳୟା ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଶନିବାର ସପତ୍ନୀକ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ପତ୍ନୀ ଜୟଶ୍ରୀ କମ୍ଭମପାଟିଙ୍କ ସହ ସେ ମନ୍ଦିରରେ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ।
ମାଁ' ସମଲେଶ୍ୱରୀଙ୍କ ଦର୍ଶନ ପରେ ରାଜ୍ୟପାଳଙ୍କ ହୀରାକୁଦ ଡ୍ୟାମ୍ ପରିଦର୍ଶନ

ସମ୍ବଲପୁର, ୧୦ ଅକ୍ଟୋବର(ହି.ସ.) – ପବିତ୍ର ମହାଳୟା ଅବସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଶନିବାର ସପତ୍ନୀକ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ପତ୍ନୀ ଜୟଶ୍ରୀ କମ୍ଭମପାଟିଙ୍କ ସହ ସେ ମନ୍ଦିରରେ ପୂଜାର୍ଚ୍ଚନା କରି ଓଡ଼ିଶାବାସୀଙ୍କ ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ପବିତ୍ର ମହାଳୟା ଅବସରରେ ମା’ ସମଲେଶ୍ୱରୀଙ୍କ ଆକର୍ଷଣୀୟ ଧବଳମୁଖୀ ବେଶ ଧାରଣ ଦେଖି ବେଶ୍ ବିମୋହିତ ହୋଇ ପଡ଼ିଥିଲେ। ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ମନ୍ଦିରକୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥିଲା। ପଶ୍ଚିମ ଓଡ଼ିଶାର ଆଧ୍ୟାତ୍ମିକ କେନ୍ଦ୍ର ଭାବେ ପରିଚିତ ମା’ ସମଲେଶ୍ୱରୀଙ୍କ ପୀଠରେ ରାଜ୍ୟପାଳଙ୍କ ଏହି ଦର୍ଶନ କାର୍ଯ୍ୟକ୍ରମ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହୋଇଥିଲା। ଏହାପରେ ରାଜ୍ୟପାଳ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରିଥିଲେ। ମହାନଦୀ ଉପରେ ନିର୍ମିତ ଏହି ବୃହତ୍ ଜଳବନ୍ଧ ଏବଂ ଏହାର ବିସ୍ତୃତ ଜଳଭଣ୍ଡାରକୁ ସେ ଅବଲୋକନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande