
ମାଲକାନଗିରି, ୧୦ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମାଛଘାଟିରୁ ଆମପଦର ସଂଯୋଗ ରାସ୍ତା ଅବରୋଧ ହୋଇ ରହିଛି । କିଛି ଦିନ ତଳେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିଛି । ଗଛ ପଡ଼ି ରାସ୍ତା ସମ୍ପୂର୍ଣ ଅବରୋଧ ହୋଇଥିବା ବେଳେ ଆଜି ଯାଏଁ ତାହାକୁ ହଟା ଯାଇନାହିଁ । ଫଳରେ ସ୍ଥାନୀୟ ଲୋକେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାଇକ୍ ଓ ସାଇକେଲ ଚାଳକମାନେ ବହୁ କଷ୍ଟରେ ଗଛ ତଳ ଦେଇ ଯାତାୟାତ କରୁଛନ୍ତି । ତୁରନ୍ତ ରାସ୍ତା ଉପରୁ ଗଛ ହଟାଇ ଯାତାୟାତ ସୁଗମ କରିବାକୁ ସ୍ଥାନୀୟ ବାସିନ୍ଦା ପ୍ରଶାସନ ନିକଟରେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ