କଂଗ୍ରେସର ମହିଳା ସମ୍ମାନ କେବଳ କଥାରେ ସୀମିତ: ମହିଳା ମୋର୍ଚ୍ଚା
ଭୁବନେଶ୍ୱର, ୧୦ ଅକ୍ଟୋବର(ହି.ସ)- ମଣିପୁରର କଂଗ୍ରେସ ସାଂସଦ ତଥା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତାଙ୍କୁ ବହିଷ
bjp


ଭୁବନେଶ୍ୱର, ୧୦ ଅକ୍ଟୋବର(ହି.ସ)- ମଣିପୁରର କଂଗ୍ରେସ ସାଂସଦ ତଥା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ର ପ୍ରଫେସର ଆଙ୍ଗୋମଚା ବିମଲ ଅକୋଇଜାମ ୧୧ ଜଣ ଛାତ୍ରୀଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ନେଇ ଅଭିଯୋଗ ହେବା ପରେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ତାଙ୍କୁ ବହିଷ୍କାର କରିଛି। ଆମ ସଂସ୍କୃତିରେ ଗୁରୁଙ୍କୁ ଭଗବାନଙ୍କ ମର୍ଯ୍ୟାଦା ଦିଆଯାଏ। ଯେଉଁ ଛାତ୍ରୀମାନଙ୍କୁ ଝିଅ ଭଳି ଦେଖିବା କଥା ସେମାନଙ୍କ ସହ ଅସଦ୍ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ। ଅକୋଇଜାମଙ୍କ ଏଭଳି ଘଟଣା ଗୁରୁ-ଶିଷ୍ୟ ପରମ୍ପରାକୁ କଳଙ୍କିତ କରିଛି। ଏପରି ଘୃଣ୍ୟ କାମ କରିଥିବା ପ୍ରଫେସର ବିମଲ ଅକୋଇଜାମ ଆମ ଶିକ୍ଷା ସଂସ୍କୃତିକୁ ଯେଉଁଭଳି କଳୁଷିତ କରିଛନ୍ତି ତାକୁ ଯେତେ ନିନ୍ଦା କଲେ କମ୍ ହେବ। ଏଭଳି ସମ୍ବେଦନଶୀଳ ଘଟଣାରେ କଂଗ୍ରେସ ଓ ରାହୁଲ ଗାନ୍ଧୀ ଚୁପ୍ କାହିଁକି ତାର ଜବାବ ଦିଅନ୍ତୁ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି।

ଡା. ବିଶ୍ୱାଳ କହିଛନ୍ତି ଯେ, ଆଜି କଂଗ୍ରେସ ପାର୍ଟି ମହିଳାଙ୍କ ପାଇଁ ସ୍ୱର ଉତୋଳନ କରୁଥିବା କହୁଛି ଏବଂ ରାହୁଲ ଗାନ୍ଧୀ ମହିଳା ସଶକ୍ତୀକରଣ କଥା କହି ଡିିଣ୍ଡିମ ପିଟୁଛନ୍ତି। ମାତ୍ର ସେମାନେ ଏତେ ବଡ ଘଟଣାରେ ଚୁପ୍ କାହିଁକି? ବାମପନ୍ଥୀ ଉଦାରବାଦୀ ଚିନ୍ତା ଧାରାର ଦ୍ୱାହି ଦେଉଥିବା ରାହୁଲ ଗାନ୍ଧୀ ଭାରତୀୟ ସଂସ୍କୃତିକୁ ଆକ୍ଷେପ କରୁଛନ୍ତି। ମନୁସଂହିତାର ସବୁ ନିୟମ ଭାଙ୍ଗି ମହିଳାମାନଙ୍କୁ ମୁକ୍ତ ହେବାକୁ ଆହ୍ୱାନ ଦେଉଥିବାବେଳେ ସେ ନିଜ ଦଳର ସାଂସଦଙ୍କ ଏଭଳି କାର୍ଯ୍ୟକଳାପ ଉପରେ ନୀରବ ରହିଛନ୍ତି। ଦଳର କେନ୍ଦ୍ର ନେତୃମଣ୍ଡଳ ସମେତ ଓଡ଼ିଶା କଂଗ୍ରେସର ସମସ୍ତ ନେତୃତ୍ୱ ଏହି ପ୍ରସଙ୍ଗରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଆବଶ୍ୟକ। ରାହୁଲ ଗାନ୍ଧୀ ସେଇ ବ୍ୟକ୍ତି, ଯିଏ ଗୋଟେ ହାତରେ ସମ୍ବିଧାନ ଓ ଅନ୍ୟ ହାତରେ ଫ୍ଲାଇଙ୍ଗ କିସ୍ ଦେବାରେ ବିଶ୍ୱାସ ରଖନ୍ତି। କେନ୍ଦ୍ରରେ ତାଙ୍କ ସରକାର ଥିଲାବେଳେ ନିଜ ସରକାରଙ୍କ ଦ୍ୱାରା ଅଣାଯାଇଥିବା ଅଧ୍ୟାଦେଶକୁ ଚିରି ପକାଇଥିଲେ। ସଂସଦରେ ଆଖି ମାରିଲା ଭଳି ଶିଷ୍ଠାଚାର ବିରୋଧି କାର୍ଯ୍ୟ କରିଥିଲେ। ସେ କେବଳ ସଂସଦ ଭିତରେ ନୁହେଁ, ବାହାରେ ମଧ୍ୟ ଅନେକ ଅଶୋଭନୀୟ କାର୍ଯ୍ୟ କରିଥିଲେ। ଏଇ କିଛି ଦିନ ତଳେ ଆନ୍ଦୋଳନ ବେଳେ ମହିଳା ପୋଲିସ କର୍ମଚାରୀଙ୍କୁ ଯେଉଁ ଭଳି ସ୍ପର୍ଶ କଲେ ଓ ଠେଲାପେଲା କଲେ ତାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

କଂଗ୍ରେସର ମହିଳା ସମ୍ମାନ କେବଳ କଥାରେ ମାତ୍ର ବାସ୍ତବରେ କଂଗ୍ରେସ ସବୁବେଳେ ମହିଳାଙ୍କ ସମେତ ଆମ ସଂସ୍କୃତି ଓ ସଭ୍ୟତାକୁ ଅପମାନିତ କରିଛି। କିନ୍ତୁ ଭାରତୀୟ ଜନତା ପାର୍ଟି ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇ ଆସିଛି। ଦଳ ଭିତରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେଇଛି। ଏହାଛଡ଼ା ଯେଉଁଠି ମହିଳା ପ୍ରତି ଅନ୍ୟାନ୍ୟ ହେଉଛି ସେଠାରେ ପ୍ରତିବାଦ କରୁଛି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ଡା. ବିଶ୍ୱାଳ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande