
ଧର୍ମଶାଳା,୧୦ ଅକ୍ଟୋବର (ହି.ସ.)- ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବାରକଣା ଅଂଚଳରେ ଅଘଟଣ । ବାରକଣା ଗ୍ରାମର ଜଣେ ଯୁବକ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି । ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଏହି ଦୁଘର୍ଟଣା ଘଟିଛି ।
ମିଳିଥିବା ସୂଚନା ଅନୁଯାୟୀ, ବାରକଣା ଗ୍ରାମର ଉକ୍ତ ଯୁବକ ଜଣକ ଆଜି ନିଜ କିଛି ସାଙ୍ଗମାନଙ୍କ ସହ ମିଶି ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ନଦୀରେ ଗାଧୋଉଥିବା ସମୟରେ ହଠାତ୍ ଗୋଡ଼ ଖସିଯିବା କିମ୍ବା ନଦୀର ଅତ୍ୟଧିକ ଗଭୀରତା ଓ ଜଳସ୍ରୋତରେ ଭାସିଯାଇ ସେ ନିଖୋଜ ହୋଇ ଯାଇଥିବା ସନ୍ଦେହ କରାଯାଉଛି ।
ତାଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ବହୁଚେଷ୍ଟା କରିଥିଲେ ଏବଂ ଆଖପାଖରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇ ନଥିଲେ । ପରେ ଏହି ସମ୍ବାଦ ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଚାଂଚଲ୍ୟ ଖେଳିଯାଇଛି । ଘଟଣା ସଂପର୍କରେ ଖବର ପାଇବା ପରେ ଜେନାପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପଂହଚି ଖୋଜାଖୋଜି କରିଥିଲେ। ହେଲେ ତାଙ୍କର ସନ୍ଧାନ ପାଇ ନ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ