
ଜୟପୁର, ୧୦ ଅକ୍ଟୋବର (ହି.ସ.) - ଜୟପୁର ବ୍ଲକ ଅନ୍ତର୍ଗତ ବାରିଣୀପୁଟ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ-୨୦୨୬ ପ୍ରୋଜେକ୍ଟ ହାଇସ୍କୁଲ, ବାରିଣୀପୁଟ ଠାରେ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବାରିଣୀପୁଟ କ୍ଲଷ୍ଟର ଅନ୍ତର୍ଗତ ୧୮ ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଓ ପ୍ରତିଯୋଗିତା ପରିବେଷଣ କରାଯାଇଥିଲା।
ଆଜିର କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ପର୍ଶୁରାମ ସେଠୀ, ବରିଷ୍ଠ ଶିକ୍ଷକ ବିଶ୍ୱରଞ୍ଜନ ପରିଛା ଏବଂ ,ସକ୍ଷଧନ କେନ୍ଦ୍ର ସଂଯୋଜକ ଶ୍ରୀ ଜ୍ୟୋତିଶଙ୍କର ତ୍ରିପାଠୀ ମିଳିତ ଭାବେ ଉଦ୍ଘାଟନ କରିଥିଲେ।
ମଂଚ ପରିଚାଳନା ବୋଡ଼ିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ପାରାଡାଇଜ୍ ଫିଲିପ୍ସ କରିଥିବା ବେଳେ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ।
ଜୟପୁର ଶିକ୍ଷକ ସଂଘ ସଭାପତି ଓ ସମ୍ପାଦକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ, ଶ୍ରୀ ପ୍ରଦୀପ ମିଶ୍ର ଓ ଅନ୍ୟାନ୍ୟ ଅତିଥି ମାନେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସଫଳ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି